Masthead

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଜେନା ପରିବାରର ଆଶା ଆଶାରେ ରହିଗଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ହେବାକୁ ଥିବା ୩୮-ବାଲେଶ୍ୱର ଓ ୧୦୨-ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ରାଜନୈତିକ ସ୍ଥିତି ସରଗରମ ହେଉଛି । ଦୁଇଦିନ ପୂର୍ବେ ବିଜେପି ଏହି ଦୁଇଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆଜି ବିଜେଡି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ବିଜେଡି ବାଲେଶ୍ୱର ବିଧାନସଭା ଆସନ ପାଇଁ ସ୍ୱରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି । ଦଳୀୟ ଟିକେଟ ପାଇଁ ପୂର୍ବତନ ସାଂସଦ ରବି ଜେନା ଓ ତାଙ୍କ ପତ୍ନୀଙ୍କ ନାମ ଶୁଣାଯାଉଥିବା ବେଳେ ବିଜେପିରୁ ରଘୁ ମହାନ୍ତିଙ୍କୁ ଆଣି ଟିକେଟ ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଥିଲା ।

ଏପରିକି ରବି ଜେନା ଓ ରଘୁମହାନ୍ତିଙ୍କ ନିକଟକୁ କାଳେ ନବୀନ ନିବାସରୁ କଲ ଯାଇଥିବା ଚର୍ଚ୍ଚା ଜୋର ହେଉଛି । ଅନ୍ୟପକ୍ଷରେ ଟିକେଟ ପାଇବାକୁ ଆଶା ବାନ୍ଧିଥିବା ଜେନା ପରିବାର ଆଜି ସକାଳୁ ହତୋତ୍ସାହ ହୋଇ ପଡ଼ିଥିଲେ । ତାଙ୍କ ବିରୋଧରେ ବିଜେଡି ନେତା ଜୀବନ ପ୍ରଦୀପ ଦାସ ଲାଗିଥିବା ଚର୍ଚ୍ଚା ହେଉଥିଲା । ଟିକେଟ ମିଳିବା ଆଶା ନଥିବାରୁ ଆଜି ସକାଳୁ ଜେନା ପରିବାର ବାଲେଶ୍ୱରରେ ଖୋଲିଥିବା ତାଙ୍କ ଦଳୀୟ କାର୍ୟ୍ୟାଳୟକୁ ବନ୍ଦ କରିଦେଇଥିବା କୁହାଯାଉଛି ।

ବାଲେଶ୍ୱର ବିଧାନସଭା ଆସନର ପ୍ରାର୍ଥୀ ପାଇଁ ଅନେକ ବାଦ ବିବାଦ ଥିବା ବେଳେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରି ନୂଆ ମୁହଁକୁ ସ୍ଥାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ