Before Header

ରାତାରାତିରେ ବଦଳି ଗଲା ଏହି ଦେଶରେ ସ୍ଥିତି, ରାଷ୍ଟ୍ରପତିଙ୍କୁ କଏଦ କରିନେଲା ସେନା

0 18

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନାଇଜର ସେନା ମୁତାବକ, ସେମାନେ ରାଷ୍ଟ୍ରପତି ମୋହମ୍ମହ ବଜୈମଙ୍କୁ ଗାଦିରୁ ବେଦଖଲ ଦେଇଛନ୍ତି । ଏହା ସହିତ ସେନା ରଷ୍ଟ୍ରପତି ବଜୈମଙ୍କୁ କଏଦ କରିଦେଇଛନ୍ତି । ସୈନିକଙ୍କ ଏକ ଗ୍ରୁପ ଜୁଲାଇ ୨୬ରେ ଟେଲିଭିଜନରେ ଆସି ସତ୍ତାବଦଳିର ଘୋଷଣା କରିଛି ।
ଆଫ୍ରିକୀୟ ଦେଶ ନାଇଜରରେ ସେନା ସତ୍ତାବଦଳିର ଦାବା କରୁଛନ୍ତି

ନ୍ୟୁଜ ଏଜେନ୍ସି ରାଇର୍ଟସଙ୍କ ମୁତାବିକ, କର୍ନଲ ଅମାଦୌ ସୈନ୍ୟ ଅଧିକାରୀଙ୍କ ସହିତ ଟେଲିଭିଜନରେ ଆସି ରାଷ୍ଟ୍ରପତିଙ୍କୁ ସତ୍ତାରୁ ଓହରିବା କଥା କହିଥିଲେ । କର୍ନଲଙ୍କ ମୁତାବିକ ସେନା ଏହା ଏଥିପାଇଁ କରିଥିଲେ କାରଣ ରାଷ୍ଟ୍ରପତି ବଜୌମଙ୍କ ନେତୃତ୍ୱରେ ଚାଲିଥିବା ଶାସନ ଭ୍ରଷ୍ଟ ହୋଇଯାଇଥିଲା ଓ ଦେଶର ଲୋକେ ବ୍ୟସ୍ତ ଥିଲେ । ସେନା ଦେଶର ପ୍ରତ୍ୟକ ବର୍ଡରକୁ ସିଲ କରିବା ପାଇଁ ଘୋଷଣା କରିଛି ଓ ପ୍ରତ୍ୟକ ସରକାରୀ ଅଫିସରଙ୍କୁ ସସପେଣ୍ଡ କରିଦିଆଯାଇଛି । ସତ୍ତାବଦଳି କରିଥିବା ସୌନିକ ମାନେ କୌଣଷି ବିଦେଶୀ ହସ୍ତକ୍ଷେପକୁ ନେଇ ଚେତାବନୀ ଦେଇଛନ୍ତି ।

ଦ ଗାର୍ଡିୟନ ମୁତାବକ କର୍ନଲ ଟିଭିରେ ଲାଇଭ ଆସି କହିଥିଲେ ଯେ ଦେଶର ବିଗଡୁଥିବା ସୁରକ୍ଷା ବ୍ୟବସ୍ଥା ଓ ଖରାପ ଶାସନ ହେତୁ ଆମେ ରାଷ୍ଟ୍ରପତିଙ୍କ ଶାସନକୁ ଶେଷ କରୁଛୁ । ଦେଶର ବର୍ଡର ସିଲ ଅଛି । ଏବେ ନା କେହି ଦେଶରୁ ବାହାରକୁ ଯାଇପାରିବ ନା ବାହାରୁ ଦେଶ ମଧ୍ୟକୁ ପ୍ରବେଶ କରିପାରିବ ପୂରା ଦେଶରେ କଫ୍ୟୁ ଲାଗିଛି ।
ଆମେରିକା ତାଙ୍କୁ ଛାଡିବାକୁ ନିବେଦନ କରିଛି
ସଂପୂର୍ଣ୍ଣ ମାମଲାକୁ ନେଇ ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିକନଙ୍କ ବୟାନ ସାମନାକୁ ଆସିଛି । ବ୍ଲିକନ କହିଛନ୍ତି ସେ ଆଜି ସକାଳେ ରାଷ୍ଟ୍ରପତି ବଜୌମଙ୍କ ସହିତ କଥା ହୋଇଥିଲେ ଓ ସ୍ପଷ୍ଟ କରିଛନ୍ତି କି ଆମେରିକା ନାଇଜରକୁ ଲୋକତାନ୍ତ୍ରିକ ଭାବେ ନିର୍ବାଚିତ ରାଷ୍ଟ୍ରପତିଙ୍କ ରୁପରେ ତାଙ୍କର ସଂପୂର୍ଣ୍ଣ ସମର୍ଥନ ଅଛି । ଆମେ ତାଙ୍କୁ ତୁରନ୍ତ ଛାଡିଦେବାକୁ ନିବେଦନ କରୁଛୁ ।
ବଜୈମ ୨୦୨୧ରେ ଲୋକତାନ୍ତ୍ରୀକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ଦେଶରେ ଫେବ୍ରୁଆରୀ ୨୦୧୦ରେ ମଧ୍ୟ ସତ୍ତାବଦଳି ହୋଇଥିଲା । ଯେଉଁଥିଲେ ତକ୍ରାଳୀନ ରାଷ୍ଟ୍ରପତି ମାମାଦୌ ତଂଦଜାଙ୍କୁ ତାଙ୍କ ପଦରୁ ବେଦଖଲ କରିଦିଆଗଲା ।

 

Leave A Reply

Your email address will not be published.