Masthead

ଗୋ-ମାଂସ ବୋଝେଇ ଗାଡ଼ି ଜବତ

କଟକ ସଦର (ବଡ଼ ଖବର ବ୍ୟୁରୋ): କିଶନନଗର ଅଞ୍ଚଳରୁ ଗୋ-ମାଂସ ବୋଝେଇ ଗାଡି ଆଜି ସକାଳେ ଜବତ ହୋଇଛି । ଗାଡ଼ିରେ ପାଖାପାଖି ୫ କ୍ଵିଣ୍ଟାଲ ଗୋୟ-ମାଂସ ଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଖବର ପାଇ ସକାଳୁ ଏକ ଟାଟା ଏସି( ଓଡ଼ି -୦୫ – ଏଇ – ୩୭୯୦)ର ପିଛା କରି ନିକଟସ୍ଥ ଗୁଆଳି (ମହାନଦୀ ନଦୀ ବନ୍ଧରେ) ଅଟକାଇôଥଲେ । ଗାଡ଼ି ରଖି ଡ୍ରାଇଭର ଚଂପଟ ମାରିଥିଲା । ପରେ କିଶନ ନଗର ପୋଲିସ ଖବର ପାଇ ଗୋ-ମାଂସ ବୋଝେଇ ଗାଡ଼ିକୁ ଜବତ କରିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଏତେ ପରିମାଣର ଗୋମାଂସ କିଭଳି କିଶନନଗର ଥାନା ପାଖ ଦେଇ ଚାଲାଣ ହେଉଥିଲା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । କିଶନନଗର ଅଞ୍ଚଳରୁ ଲଗାତର ଗୋ-ମାଂସ ଅନ୍ୟ ଅଞ୍ଚଳକୁ ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏସଡିପିଓ ରଞ୍ଜିତ କୁମାର ପୃଷ୍ଟି କହିଛନ୍ତି ଏହି ଦିଗରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା