Masthead

ବିଜେପି ସରକାରକୁ ପୂରିଲା ୨ ବର୍ଷ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ ବର୍ଷ । ଆଜିର ଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଦୁଇ ବର୍ଷରେ ସରକାରଙ୍କ କ’ଣ ରହିଛି ଉପଲବ୍ଧି । ରାଜ୍ୟବାସୀଙ୍କ ଆଗରେ ସଫଳତାର ଗାଥା କହିବେ ସିଏମ୍ । ଦିନ ୧୧ଟା ୩୦ରେ ଲୋକସେବା ଭବନରୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ  କରିବେ ।ସାମ୍ବାଦିକ ସମ୍ମିଳନୀରେ ଗତ ଦୁଇ  ବର୍ଷରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ  କହିବା ସହିତ ଆଗାମୀ ଦିନରେ ନୂଆ ଯୋଜନା ବାବଦରେ ସୂଚନା ଦେବେ ।  ଏ ସରକାର କିଭଳି ‘ବିକାଶର ଧାରା,  ଓଡ଼ିଶା ସାରା’ର ନାରା ଦେଇ ଆଗେଇବ,  ସେ ସମ୍ପର୍କରେ ବିସ୍ତୃତ ଭାବେ କହିବେ ।  ବିକଶିତ ଓଡ଼ିଶାର ଲକ୍ଷ୍ୟ ପଥରେ  ସରକାର ଆଗେଇବା ସହିତ ଜନକଲ୍ୟାଣ  ପାଇଁ ସରକାର ସମପି ର୍ତ ରହିବେ ।  କେମିତି କ’ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି  ସେ ନେଇ ସୂଚନା ଦେବେ ମୁଖ୍ୟମନ୍ତ୍ରୀ ।

ଅପରାହ୍ନ ୪ଟାରେ ପ୍ରଦର୍ଶନୀ  ପଡ଼ିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଓ  ଯୋଜନାର ଶୁଭାରମ୍ଭ କରିବେ । ବିଶେଷ କରି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଓ  ‘ସୁଭଦ୍ରା ଶକ୍ତି ସଂବାଦ’ର ଶୁଭାରମ୍ଭ କରିବେ ।  ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି  ସୁପରଭାଇଜର୍‌ ଓ ବ୍ଲକ ସଂଯୋଜକମାନଙ୍କୁ  ସ୍ମାର୍ଟଫୋନ୍‌ ପ୍ରଦାନର ଶୁଭାରମ୍ଭ କରିବେ ।  ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସରୁ ଇନ୍‌ଫୋସିଟି  ଭାୟା ଏକାମ୍ରକାନନ ରାସ୍ତାର ଉଦ୍‌ଘାଟନ କରିବା  ସହିତ ଜୟଦେବ ବିହାର ଓ ନନ୍ଦନକାନନ ନୂଆ  ରାସ୍ତାର କାର୍ଯ୍ୟାରମ୍ଭର ଶିଳାନ୍ୟାସ କରିବେ ।  ଏହା ସହିତ ୟୁନିଟ୍‌ -୨ରେ ୫୭୪ କୋଟି  ଟଙ୍କାରେ ନିର୍ମାଣ ହେବାକୁ ଥିବା ‘ଜନାଶ୍ରୟ  ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।  ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ  ଓ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ  ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ