Masthead

ଓଡ଼ିଶା ଜମିରେ ଆନ୍ଧ୍ରର ପୋଖରୀ ଖୋଳା

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଆନ୍ଧ୍ର ଓଡ଼ିଶା ମଧ୍ୟରେ ସୀମା ବିବାଦ ଥମିବାର ନା ନେଉନି । ପ୍ରଥମେ କୋରାପୁଟ ଜିଲ୍ଲାର କୋଟିଆ , ପରେ ଗଜପତି ଜିଲ୍ଲା ଆଉ ଏବେ ରାୟଗଡା ଜିଲ୍ଲାରେ ଆନ୍ଧ୍ର କରିଛି ଅନୁପ୍ରବେଶ । ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକର ଲାଉଗୁଡାରେ ଆନ୍ଧ୍ର ସରକାର ସ୍ଥିତି ଜାହିର କରିଛନ୍ତି । ଏ ହେଉଛି ଆନ୍ଧ୍ର ଓ ଓଡ଼ିଶା ସୀମାରେ ଥିବା ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକର ଲାଉଗୁଡା । ଲାଉଗୁଡାଠାରେ ଆନ୍ଧ୍ର ସରକାର ସ୍ଥିତି ଜାହିର କରିଛନ୍ତି ।

ଏଠାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଓଡ଼ିଶା ଜମିରେ ପଖୋରୀ ଖୋଳା ଯାଇଛି । ସ୍ଥାନୀୟବାସିନ୍ଦାଙ୍କ ବିରୋଧ ସତ୍ବେ ଏଠାରେ କାର୍ଯ୍ୟ ଜାରି ରହିଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ରାମନାଗୁଡା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଅଭିଯୋଗ ପାଇ ରାମାନଗୁଡା ବିଡିଓ ,ଗୁଣୁପୁର ଉପଜିଲ୍ଲାପାଳ ଓ ରାମାନାଗୁଡା ରାଜସ୍ବ ବିଭାଗର କର୍ମଚାରୀମାନେ ସ୍ଥିତି ଅନୁଧ୍ୟାନ କରିଥିଲେ । କାମ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଥିଲା ।

ମାତ୍ର ଘଟଣା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସ୍ଥାନୀୟ ପ୍ରଶାସନ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରି କିଛି ନିଷ୍କର୍ସ ନ ବାହାରିବା ଯାଏ କାମ ବନ୍ଦ କରିବା ପାଇଁ ଆଲୋଚନା ହୋଇଛି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାନ୍ତି । ସୀମା ବିବାଦ ସମସ୍ୟା ସମାଧାନ ଦିଗରେ ସରକାର ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ