ପାଟନା(ବଡ଼ ଖବର ବ୍ୟୁରୋ): ବିହାରର ଜେହାନାବାଦରେ ପୋଲିସର ଲାଟିଚାର୍ଜ ଯୋଗୁଁ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ନୂତନ ଶିକ୍ଷକ ନିଯୁକ୍ତି ନିୟମକୁ ବିରୋଧ ଓ ୧୦ ଲକ୍ଷ ଚାକିରି ପ୍ରସଙ୍ଗରେ ବିଜେପି ପାଟନାରେ ବିଧାନସଭା ଘେରାଉ କରିଥିଲା । ସେହି ସମୟରେ ପାଟଣାର ଡାକ ବଙ୍ଗଳା ଛକଠାରେ ବିଜେପି କର୍ମୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ସ୍ଥିତି ଅଣାୟତ୍ୱ ହେବାରୁ ପୋଲିସ ବିଜେପି ନେତ ଓ କର୍ମୀଙ୍କ ଉପରେ ଲାଟି ଚାର୍ଜ କରିବା ସହ ପାଣି ମାଡ ମଋ୍ୟ କରିଥିଲା ।
ଏଥିରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହିଘଟଣା ପରେ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ବିଜେପି ନେତାମାନେ ଏକ ଧର୍ମଘଟରେ ବସିଥିଲେ। ତା’ପରେ ସେମାନଙ୍କୁ ଗିରଫ କରାଯାଇ ସେଠାରୁ ଏକ ବସ୍ରେ ନିଆଯାଇଛି। ଏଥିସହ ସାଂସଦ ଜନାର୍ଦ୍ଦନ ସିଗ୍ରିୱାଲଙ୍କ ଲାଠିଚାର୍ଜରେ ମୁଣ୍ଡରେ ଆଘାତ ଲାଗିଛି।
ଶିକ୍ଷକ ନିଯୁକ୍ତି ନିୟମ, ରୋଜଗାର, ଅଗ୍ରୱାନୀ ବ୍ରିଜ ଦୁର୍ଘଟଣା, ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେପି ଗ୍ରାଣ୍ଡ ଆଲାଇନ୍ସ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିବାରେ ଲାଗିଛି । ଯାହାକୁ ନେଇ ବ୍ୟାକଫୁଟରେ ନଜର ଆସୁଛନ୍ତି ବିହାର ସରକାର ।