୨୫ରୁ ଆଡମିଟ୍ କାର୍ଡ ପାଇବେ ଯୁକ୍ତ ୨ ଛାତ୍ରଛାତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୫ରୁ ଆଡମିଟ୍ କାର୍ଡ ପାଇବେ ଯୁକ୍ତ ୨ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏସଓପି ଜାରି କରାଯାଇଛି । ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି । ତେବେ ୨୫ ତାରିଖରୁ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିପାରିବେ ଆଡମିଟ୍ କାର୍ଡ ।

ଯଦି କରିନପାରିବେ, ନିଜ ନିଜ କଲେଜରୁ ସଂଗ୍ରହ କରିପାରିବେ । ଏହି ସମୟରେ ଏସଓପି ମାନିବାକୁ ପଡ଼ିବ। ସାମ୍ସ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାକ୍ଟିକାଲ ରେକର୍ଡ ବା ପ୍ରୋଜେକ୍ଟ ରେକର୍ଡ ଦାଖଲ ବେଳେ ମଧ୍ୟ ଏସଓପି ମାନି କଲେଜ ଯିବେ ଛାତ୍ରଛାତ୍ରୀ । ନିଜେ ନ ଯାଇ ପାରିଲେ ନିଜର ଆଇକାର୍ଡ ସହ ଅନ୍ୟ ଦ୍ୱାରା ପଠାଇ ପାରିବେ । ଆଡମିଟ୍ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ରେକର୍ଡ ଦାଖଲ ବେଳେ କୋଭିଡ ନିୟମ ମାନିବା ଜରୁରୀ ବୋଲି CHSE ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’