Masthead

୨୦୨୪ ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ୧୯ର ମିଟିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୩ ରାଜ୍ୟରେ ବିଜୟ ଦେଖି ଉତ୍ସାହିତ ଓଡ଼ିଶା ବିଜେପି । ବିଜୟମନ୍ତ୍ର ଦେବାକୁ ଆଗକୁ ଓଡ଼ିଶା ଆସିପାରନ୍ତି ମୋଦି । ହେଲେ ଏହା ପୂର୍ବରୁ ଓଡ଼ିଶା ବିଜେପିର ପୁରା ଟିମ ଯିବେ ଦିଲ୍ଲୀ । କିଛି ଦିନ ତଳେ ରାଜ୍ୟ ସଭାପତି ମନମୋହନ ସାମଲ ଯାଇ ଭେଟିଥିଲେ ହାଇକମାଣ୍ଡଙ୍କୁ । ଏଥର ମନମୋହନ ଯିବେ, ପଦାଧିକାରୀ ଯିବେ ତା ସହ ଓଡ଼ିଶା ବିଜେପିର ସବୁ ସାଂସଦ ଓ ବିଧାୟକ ବି ଯିବେ । ୨୪ ଲଢେଇରେ ଓଡ଼ିଶା ବିଜେପି କେମିତି ଲଢିବ ଫାଇନାଲ ରଣନୀତି ପ୍ରସ୍ତୁତ ହେବ । ଏହି ବୈଠକ ହିଁ କହିବ ବିଜେଡି ସହ ସବୁ ଶକ୍ତି ଖଟେଇ ଲଢିବା ପାଇଁ କେନ୍ଦ୍ର ବିଜେପି ଚାହିଁବ ନା ନାହିଁ । ବିଧାୟକ ଓ ସାଂସଦଙ୍କୁ ଦିଲ୍ଲୀ ଡାକରା ପ୍ରସଙ୍ଗରେ ବରିଷ୍ଠ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କଣ କହୁଛନ୍ତି ଆସନ୍ତୁ ଶୁଣିବା । ଯାହା ସୂଚନା ମିଳିଛି ଏହି ବୈଠକରେ ଓଡ଼ିଶା ବିଜେପିର ଚେହେରା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରହିବେ ।

ଓଡ଼ିଶା ବିଜେପିର ଶକ୍ତି, ସମ୍ଭାବନା ଓ ପ୍ରସ୍ତୁତି ସମ୍ପର୍କରେ ଟିକନିଖ ତଥ୍ୟ ବୁଝିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କମସେକମ ୧୫ ଲୋକସଭା ଆସନ ଜିତିବାର ସମ୍ବାବନା ଥିଲେ ବିଜେପି ବିଜେଡି ବିରୋଧରେ କଡା ଲଢେଇ କରିବାକୁ ଆଗେଇ ଆସିବ । ତେବେ ଏସବୁ ଭିତରେ ଓଡ଼ିଶା ବିଜେପିର ନେତାମାନେ ବିଜେଡି ସହ ଜୋରଦାର ମୁକାବିଲାର ସୂଚନା ଦେଇ ସାରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଓଡ଼ିଶାରେ ବିଜେପି ୧୫ ଲୋକସଭା ଆସନରେ ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେହିଭଳି ଶନିବାର ଓଡ଼ିଶାର ଗଣମାଧ୍ୟମକୁ କହିଛନ୍ତି ୨୦୨୪ରେ ଏଠି ବିଜେପିର ସରକାର ହେବ । ସେହିଭଳି ବିଜେପି ରାଜ୍ୟସଭାପତି ମନମୋହନ ସାମଲ ମଧ୍ୟ ବିଜେଡି ସହ କୌଣସି ସାଲିସ ହେବାର ନାହିଁ ଲଢେଇ ଆରପାର ହେବ ବୋଲି କହିଛନ୍ତି । ଏସବୁ ସମୀକରଣ ଭିତରେ ବିଜେଡି ଓ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛନ୍ତି । ୨୦୧୯ରେ ବିଜେଡି ସହ ସବୁ ଶକ୍ତି ଖଟାଇ ଲଢେଇ କରିଥିଲା ବିଜେପି । ତେବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ । ଆଉ ଏହି ଚର୍ଚ୍ଚାରେ ବିଜେପି ହିଁ କ୍ଷତିଗ୍ରସ୍ତ ହୁଏ । ଆଜିବି ବିଜେପିର ଆଭିମୁଖ୍ୟକୁ ନେଇ ଅନେକ ଦ୍ୱନ୍ଦ୍ୱରେ ଅଛନ୍ତି । ତେଣୁ ଏହି ବୈଠକ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ