Masthead

ବିଜେପିର ଇସ୍ତାହାର ଉନ୍ମୋଚନ କଲେ ଜେପି ନଡ୍ଡା

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ରାଜ୍ୟ ବିଜେପି କାର୍ଯ୍ୟଳୟରେ ଓଡ଼ିଶା ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି ଜେପି ନଡ୍ଡା । ଓଡ଼ିଆ ଭାବାବେଗକୁ ଛୁଇଁଲା ଭଳି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବେରୋଜଗାରଙ୍କୁ ରୋଜଗାର ପ୍ରତିଶ୍ରୁତି, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ, ରତ୍ନଭଣ୍ଡାର ଚାବି ଖୋଜିବା ଘଟଣାର ତଦନ୍ତଠୁ ଆରମ୍ଭ କରି ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ, କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ, ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ପାଇଁ ସଂକଳ୍ପପତ୍ର ଉନ୍ମୋଚିତ କରିବା ସହ ୨୧ଟି ଗ୍ୟାରେଣ୍ଟି ଦେଇଛି ଭାରତୀୟ ଜନତା ପାର୍ଟି ।

ଓଡ଼ିଶା ପାଇଁ ମୋଦୀ ଗ୍ୟାରେଣ୍ଟି

-୧୮ ମାସରେ ଚିଟଫଣ୍ଡ ଟଙ୍କା ଫେରସ୍ତ

-ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ

-ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର

-ସମସ୍ତ ମେଟ୍ରୋ ସହରରେ ଓଡ଼ିଆଙ୍କ ପାଇଁ ଭବନ ପ୍ରତିଷ୍ଠା

-ଓଡ଼ିଶାରେ ୨୫ ଲକ୍ଷ, ଲକ୍ଷପତି ଦିଦି ସୃଷ୍ଟି

-ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ସହାୟତା ରାଶି

-ପ୍ରତି ପଞ୍ଚାୟତ ଓ ଜିଲ୍ଲା ସଦରକୁ ରାଜଧାନୀ ସହ ସଂଯୋଗ

-୨୦୨୯ ସୁଦ୍ଧା ୩ ଲକ୍ଷ ୫୦ହଜାର ଲୋକଙ୍କୁ ନିଯୁକ୍ତି

-ଓଡ଼ିଆରେ ଆଇନ୍, ମେଡ଼ିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ

-ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ଖାଲି ପଦ ପୂରଣ

-କେନ୍ଦୁପତ୍ର ତୋଳାଳିଙ୍କୁ ୧୦ ପ୍ରତିଶତ ବୋନସ

-ପିଏମ୍ ଆବାସ ଯୋଜନାରେ ୧୫ଲକ୍ଷ ଘର ତିଆରି

-ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ

-ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ପାର୍କ ସ୍ଥାପନ

-ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ୫ ଲକ୍ଷ ବୀମା ସୁବିଧା

-କ୍ଷମତାକୁ ଆସିବାର ୧୦୦ ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ

-ଡ୍ରପ୍ ଆଉଟ ରୋକିବା ପାଇଁ ଶହୀଦ୍ ମାଧୋ ସିଂ ଯୋଜନା

-ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ୩ ହଜାର ଟଙ୍କା ପେନସନ ବ୍ୟବସ୍ଥା

-ପ୍ରତି ଜିଲ୍ଲାରେ ନର୍ସିଂ କଲେଜ ଏବଂ ଏକ ମେଡ଼ିକାଲ କଲେଜ

-ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବ ରାଜ୍ୟ ତାଲିକାରେ ଓଡ଼ିଶାକୁ ସ୍ଥାନିତ କରାଯିବ

-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି

ଏହାରି ଭିତରେ ସଂକଳ୍ପପତ୍ର ନେଇ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ କହିଛନ୍ତି, ଯାହା କହିଛୁ, କରିଛୁ । ଯାହା କହୁଛୁ ନିଶ୍ଚିତ କରି ଦେଖାଇବୁ । ବିଜେପିର ଏହି ସଂକଳ୍ପପତ୍ରକୁ ନେଇ ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ିଥିବା ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ସେହେଜାଦାରୁ ଜନନାୟକ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର