Masthead

ଦୁର୍ବୃତ୍ତଙ୍କ ଆଖିମୁଜା ଗୁଳିମାଡ଼

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଚୌଦ୍ୱାର ଥାନା ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ମୁଣ୍ଡମାଳ ଛକରେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଗୁଳିମାଡ଼ । ଗାଡି ଭଙ୍ଗାରୁଜା ସହ ପରିବାରର ଦୁଇ ଜଣକୁ ପ୍ରବଳ ମାଡ଼ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚୌଦ୍ୱାର ସୁଲତାନନଗରରେ । କିଛି ଦୁର୍ବୃତ୍ତ ପ୍ରଭାସ କୁମାର ଦାସ ଘରେ ପହଂଚି ମୋବାଇଲରେ ଏକ ଫୋଟୋ ଦେଖାଇ ଏ ପିଲା ଏଠି ଚାକିରି କରିଛି ବୋଲି ଦାବି କରିବା ସହିତ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲେ ।

ସେଠାରୁ ପଳେଇ ଯାଇ କିଛି ସମୟ ପରେ ଦୁର୍ବୁତ୍ତ ଅଧିକ ପିଲାଙ୍କୁ ସାଙ୍ଗ ରେ ଆଣି ଦୁଇ ଭାଇଙ୍କୁ ବେଲଚାରେ ମାଡ଼ ମାରିବା ସହିତ ଗୁଳି ଚାଳନା କରିଥିଲେ ଏବଂ ଗାଡିକୁ ବାରମ୍ବାର ଗୁଳି ଚାଳନା କରୁଥିବାର ଦେଖାଯାଇଥିଲା । ଜାତୀୟ ରାଜପଥ କଡରେ ଏଭଳି ଘଟଣା ଘଟୁଥିବା ବେଳେ ପୁଲିସର ପିସିଆର ଭ୍ୟାନ ପହଂଚି ନପରିବା ଘଟଣା ବୁଦ୍ଧିଜୀବୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି । ଏପରିକି ରାତିରେ ପ୍ରଭାସ ଥାନାରେ ଏତଲା ଦେଇଥିଲେ ସୁଦ୍ଧା ପୁଲିସ ତଦନ୍ତ ଆରମ୍ଭ ନକରିବା ତାଙ୍କର ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି । ନିର୍ବାଚନ ସମୟରେ ଏହି ଘଟଣା ଚୌଦ୍ୱାର ଅଂଚଳରେ ଶାନ୍ତି ଶୃଙ୍ଖଳାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ପୀଡିତା ପରିବାର ଲୋକେ ସୁରକ୍ଷା ପାଇଁ ଦାବି କରିଥିବାର ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼