ଲାଞ୍ଜିଗଡ଼ରେ ଦୁଷ୍କର୍ମ ଘଟଣା, ମାମଲା ରୁଜୁ କରିବାକୁ ୪ ଦିନ କାହିଁକି ଲାଗିଲା: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲାଞ୍ଜିଗଡ଼ ଗଣ ଦୁଷ୍କର୍ମ ଘଟଣାରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କଳାହାଣ୍ଡି ଲାଞ୍ଜିଗଡ଼ରେ ଦୁଷ୍କର୍ମ ଘଟଣାରେ ମାମଲା କରିବାକୁ କାହିଁକି ପୋଲିସକୁ ୪ ଦିନ ଲାଗିଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ମାମଲା ରୁଜୁ କରିବା ବଦଳରେ ଅଭିଯୋଗ ନକରିବାକୁ ପୀଡ଼ିତାଙ୍କୁ ପୋଲିସ ଉସୁକାଇଥିଲା ବୋଲି ଅଭିଯୋଗ କରିଛି ଦଳ। ୭ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । କଟକରେ ବି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି। ରାଜ୍ୟରେ ପୋଲିସ ପ୍ରଶାସନର କ୍ଷୟ ଘଟିଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ଅପରାଧୀ ମାନେ ପୋଲିସକୁ ଭୟ କରୁ ନାହାନ୍ତି। ସରକାରରେ ଥିବା ମନ୍ତ୍ରୀମାନଙ୍କ ନାଁରେ ମାମଲା ଥାଇ ମନ୍ତ୍ରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେଉନି ବୋଲି ଅପରାଧୀଙ୍କର ସାହସ ବଢିଛି। ରାଜ୍ୟ ସରକାରର ମନ୍ତ୍ରୀ ମାନେ ଅପରାଧୀର ରୋଲ୍ ମଡ଼େଲ୍ ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ମହିଳା ବିରୋଧୀ ଅପରାଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନାରା କୁଆଡେ ଗଲା ପ୍ରଶ୍ନ କରିଛି ଦଳ। ରାଜ୍ୟରେ ୯.୨ ପ୍ରତିଶତ ଦଣ୍ଡବିଧାନ ହାର ପୋଲିସର ଅପରାଗତାକୁ ସ୍ପଷ୍ଟ କରୁଛି। ବିଜେଡ଼ି ସରକାର ମହିଳାଙ୍କ ପ୍ରତି ସମ୍ବେଦନ ହୀନ ଏହାର ଜବାବ ମହିଳାମାନେ ଆଗାମୀ ନିର୍ବାଚନରେ ଦେବେ ବୋଲି କହିଛି ଦଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’