ମା’କୁ ମୁଖାଗ୍ନି ଦେବାକୁ ମନା କଲେ ବାପା, ଫେରିଗଲେ ୩ ପୁଅ

ପୁରୀ (ବଡ଼ ଖବର ବ୍ୟୁରୋ): ମଲାବେଳେ କାନ୍ଧ ଦେବ । ବୃଦ୍ଧା ଅବସ୍ଥାରେ ସାହାରା ହେବ । ଏମିତି କେତେ ଆଶା ନେଇ ପୁଅ ଜନ୍ମ କରିଥାନ୍ତି ବାପା ମାଆ । ହେଲେ ଆଶା ସବୁ ଆଶାରେ ରହିଗଲା । ନା ବୃଦ୍ଧବେଳେ ସାହାରା ହେଲେ । ନା ମଲାବେଳେ କାନ୍ଧ ଦେଲେ । ଛଅଟି ସନ୍ତାନର ବାପା ମା । ହେଲେ ମଲା ବେଳେ କେହି ପାଖରେ ନଥିଲେ । ୩ ପୁଅ ଓ ୩ ଝିଅଙ୍କ ଲାଳନ ପାଳନରେ କୌଣସି ଅବହେଳା କରି ନଥିଲେ ବାପା–ମାଆ । ମାତ୍ର ଯେତେବେଳେ ମୁଣ୍ଡକୁ ହାତ ପାଇଗଲା, ସ୍ତ୍ରୀକୁ ନେଇ ପୁଅମାନେ ଅନ୍ୟତ୍ର ଚାଲିଗଲେ । ଝିଅମାନେ ମଧ୍ୟ ସେମାନଙ୍କ ଘର ସଂସାରରେ ବ୍ୟସ୍ତ ରହିଲେ। ବିଚରା ଛଅଟି ସନ୍ତାନର ବାପା ଓ ମା’ ଏକୁଟିଆ ହେବା ସହ ବେସାହାରା ହୋଇଗଲେ ।

ପରେ ରାଗରେ ବାପା-ମା’ କୋର୍ଟରେ ସତ୍ୟପାଠ କଲେ ଯେ ‘ଆମର ମୃତ୍ୟୁ ପରେ କୌଣସି ପୁଅ ମୁଖାଗ୍ନି ଦେବେନାହିଁ କି ଅନ୍ତିମ ସଂସ୍କାରରେ ବି କରିବେ ନାହିଁ’। ଆଉ ଶେଷରେ ସେୟା ହିଁ ହେଲା। ମା’ଙ୍କ ମୃତ୍ୟୁ ଘଟିଲା । ଖବର ପାଇ ୩ପୁଅ ସ୍ୱର୍ଗଦ୍ୱାରକୁ ଆସିଥିଲେ ମଧ୍ୟ ବାପାଙ୍କଠାରୁ ଏହି ସତ୍ୟପାଠକୁ ଦେଖି ନିରାଶ ହୋଇ ଫେରିଥିଲେ। ଫଳରେ ମହିଳାଙ୍କୁ ତାଙ୍କ ଭଣଜା ମୁଖାଗ୍ନି ଦେଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା କୁକୁଟେଶ୍ୱର ମନ୍ଦିର ପାଖରେ ରହୁଥିବା ଅର୍ଜୁନ ବେହେରା ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କର ତିନି ପୁଅ ଓ ତିନି ଝିଅ। ସେ ଓ ତାଙ୍କ ପତ୍ନୀ ପଦ୍ମାବତୀ ବେହେରା ମିଶି ସ୍ୱଳ୍ପ ବେତନରେ ୬ଟି ପିଲାଙ୍କ ଯଥାସମ୍ଭବ ଲାଳନ ପାଳନ କରିଥିଲେ।

କିନ୍ତୁ କାଳକ୍ରମେ ତିନି ଝିଅ ଓ ତିନି ପୁଅ ବିବାହ କରିବା ପରେ ଅର୍ଜୁନ ଓ ପଦ୍ମାବତୀଙ୍କର ସମସ୍ୟା ଆରମ୍ଭ ହୋଇଯାଇଥିଲା। ପତ୍ନୀମାନଙ୍କୁ ନେଇ ତିନି ପୁଅ ଅନ୍ୟତ୍ର ଚାଲିଯାଇଥି‌ବା ବେ‌ଳେ ବାପା-ମା’ଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ। ତେଣୁ ଏହି ନିର୍ୟାତନା ସହ୍ୟ କରି ନପାରି ଦୁହେଁ ଗତ ୨୦୨୦ ମସିହା ନଭେମ୍ବର ୨୦ତାରିଖ ଦିନ ଭୁବନେଶ୍ୱରରେ ନୋଟାରିରେ ଏକ ସତ୍ୟପାଠ କରିଥିଲେ। ଏହି ସତ୍ୟପାଠରେ ସେ ଜଣାଇଥିଲେ ଯେ ସେମାନଙ୍କ ମୃତ୍ୟୁ ପରେ ତିନି ପୁଅ ମୁଖାଗ୍ନି ଦେବାରୁ ବଞ୍ଚିତ ରହିବା ସହ ଶବ ସଂସ୍କାର କାର୍ୟ୍ୟରେ ମଧ୍ୟ ଉପସ୍ଥିତ ରହିବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ