Masthead

ମା’କୁ ମୁଖାଗ୍ନି ଦେବାକୁ ମନା କଲେ ବାପା, ଫେରିଗଲେ ୩ ପୁଅ

ପୁରୀ (ବଡ଼ ଖବର ବ୍ୟୁରୋ): ମଲାବେଳେ କାନ୍ଧ ଦେବ । ବୃଦ୍ଧା ଅବସ୍ଥାରେ ସାହାରା ହେବ । ଏମିତି କେତେ ଆଶା ନେଇ ପୁଅ ଜନ୍ମ କରିଥାନ୍ତି ବାପା ମାଆ । ହେଲେ ଆଶା ସବୁ ଆଶାରେ ରହିଗଲା । ନା ବୃଦ୍ଧବେଳେ ସାହାରା ହେଲେ । ନା ମଲାବେଳେ କାନ୍ଧ ଦେଲେ । ଛଅଟି ସନ୍ତାନର ବାପା ମା । ହେଲେ ମଲା ବେଳେ କେହି ପାଖରେ ନଥିଲେ । ୩ ପୁଅ ଓ ୩ ଝିଅଙ୍କ ଲାଳନ ପାଳନରେ କୌଣସି ଅବହେଳା କରି ନଥିଲେ ବାପା–ମାଆ । ମାତ୍ର ଯେତେବେଳେ ମୁଣ୍ଡକୁ ହାତ ପାଇଗଲା, ସ୍ତ୍ରୀକୁ ନେଇ ପୁଅମାନେ ଅନ୍ୟତ୍ର ଚାଲିଗଲେ । ଝିଅମାନେ ମଧ୍ୟ ସେମାନଙ୍କ ଘର ସଂସାରରେ ବ୍ୟସ୍ତ ରହିଲେ। ବିଚରା ଛଅଟି ସନ୍ତାନର ବାପା ଓ ମା’ ଏକୁଟିଆ ହେବା ସହ ବେସାହାରା ହୋଇଗଲେ ।

ପରେ ରାଗରେ ବାପା-ମା’ କୋର୍ଟରେ ସତ୍ୟପାଠ କଲେ ଯେ ‘ଆମର ମୃତ୍ୟୁ ପରେ କୌଣସି ପୁଅ ମୁଖାଗ୍ନି ଦେବେନାହିଁ କି ଅନ୍ତିମ ସଂସ୍କାରରେ ବି କରିବେ ନାହିଁ’। ଆଉ ଶେଷରେ ସେୟା ହିଁ ହେଲା। ମା’ଙ୍କ ମୃତ୍ୟୁ ଘଟିଲା । ଖବର ପାଇ ୩ପୁଅ ସ୍ୱର୍ଗଦ୍ୱାରକୁ ଆସିଥିଲେ ମଧ୍ୟ ବାପାଙ୍କଠାରୁ ଏହି ସତ୍ୟପାଠକୁ ଦେଖି ନିରାଶ ହୋଇ ଫେରିଥିଲେ। ଫଳରେ ମହିଳାଙ୍କୁ ତାଙ୍କ ଭଣଜା ମୁଖାଗ୍ନି ଦେଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା କୁକୁଟେଶ୍ୱର ମନ୍ଦିର ପାଖରେ ରହୁଥିବା ଅର୍ଜୁନ ବେହେରା ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କର ତିନି ପୁଅ ଓ ତିନି ଝିଅ। ସେ ଓ ତାଙ୍କ ପତ୍ନୀ ପଦ୍ମାବତୀ ବେହେରା ମିଶି ସ୍ୱଳ୍ପ ବେତନରେ ୬ଟି ପିଲାଙ୍କ ଯଥାସମ୍ଭବ ଲାଳନ ପାଳନ କରିଥିଲେ।

କିନ୍ତୁ କାଳକ୍ରମେ ତିନି ଝିଅ ଓ ତିନି ପୁଅ ବିବାହ କରିବା ପରେ ଅର୍ଜୁନ ଓ ପଦ୍ମାବତୀଙ୍କର ସମସ୍ୟା ଆରମ୍ଭ ହୋଇଯାଇଥିଲା। ପତ୍ନୀମାନଙ୍କୁ ନେଇ ତିନି ପୁଅ ଅନ୍ୟତ୍ର ଚାଲିଯାଇଥି‌ବା ବେ‌ଳେ ବାପା-ମା’ଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ। ତେଣୁ ଏହି ନିର୍ୟାତନା ସହ୍ୟ କରି ନପାରି ଦୁହେଁ ଗତ ୨୦୨୦ ମସିହା ନଭେମ୍ବର ୨୦ତାରିଖ ଦିନ ଭୁବନେଶ୍ୱରରେ ନୋଟାରିରେ ଏକ ସତ୍ୟପାଠ କରିଥିଲେ। ଏହି ସତ୍ୟପାଠରେ ସେ ଜଣାଇଥିଲେ ଯେ ସେମାନଙ୍କ ମୃତ୍ୟୁ ପରେ ତିନି ପୁଅ ମୁଖାଗ୍ନି ଦେବାରୁ ବଞ୍ଚିତ ରହିବା ସହ ଶବ ସଂସ୍କାର କାର୍ୟ୍ୟରେ ମଧ୍ୟ ଉପସ୍ଥିତ ରହିବେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ