ଉଦଳା (ବଡ଼ ଖବର ବ୍ୟୁରୋ): ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ । ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀଙ୍କୁ ବାଡେଇ ବାଡେଇ ମାରିଦେଲେ । ଗାଡି ସାଇଡ ମାରିବା ସମୟରେ ଇଣ୍ଡିକେଟର ଦେଇ ନ ଥିବାରୁ ଶ୍ୱଶୁର ଘର ଆଗରେ ଅତି ନିର୍ଦ୍ଦୟ ଭାବେ ବିଜେପି ନେତାଙ୍କୁ ବାଡେଇ ବାଡେଇ ମାରିଦେଲେ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଞ୍ଚଳରେ । ଶନିବାର ବିଳମ୍ବିତ ରାତିରେ ବିଜେପିର ଯୁବମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ ଶ୍ୱଶୁର ଘର କପ୍ତିପଦା ଥାନା ନୂଆସାହି ଅଞ୍ଚଳକୁ ଆସିଥିଲେ ।
ଶ୍ୱଶୁର ଘର ସମ୍ମୁଖରେ ରାସ୍ତାର ଗୋଟିଏ ପାଖରୁ ଅନ୍ୟ ପାଖକୁ ନେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଚାରିଜଣ ଯୁବକ ଦୁଇଟି ବାଇକରେ ଆସି ହଠାତ୍ କାରକୁ ଅଟକାଇ ଥିଲେ । ଗାଡିରେ ଇଣ୍ଡିକେଟର ନ ମାରି କାଟିଥିବାରୁ କାର ଭିତରୁ ରଞ୍ଜିତଙ୍କୁ ଘୋଷାରି ଆଣି ଅତି ନିର୍ଦ୍ଦୟ ଭାବେ ବାଡେଇଥିଲେ । ରଞ୍ଜିତ ଚେତାଶୂନ୍ୟ ହୋଇପଡିବାରୁ ଚାରିଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଶ୍ୱଶୁର ଘର ଲୋକେ ରଞ୍ଜିତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।