Masthead

ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

(ବଡ଼ ଖବର ବ୍ୟୁରୋ):   ଆଜି ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକରେ ବିଭିନ୍ନ ରାଜନୈତିକ ସଂକଳ୍ପ ପାରିତ ହୋଇଛି । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବୈଠକରେ ୩୪୨ ଜଣ ସଦସ୍ୟ ଯୋଗ ଦେଇଥିଲେ ।

ଏହି ବୈଠକରେ ୧୮ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ଦଳ  ନିନ୍ଦା କରିଥିଲା ।ହିଂସାରେ ପ୍ରଭାବିତ ହୋଇଥିବା ସମସ୍ତ ଦଳୀୟ କର୍ମୀଙ୍କ ସହ ବିଜେପି ଛିଡା ହେବ ଏବଂ ଦରକାର ପଡିଲେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଆମେ କୋର୍ଟ ଯିବୁ ବୋଲି ନିର୍ମଳା ସୀତାରମଣ କହିଥିଲେ । ଏହା ପରେ କୃଷି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । କୃଷକମାନଙ୍କ ପାଇଁ ଏମଏସପି ୧,୫ ଗୁଣ ବୃଦ୍ଧି କରାଯିବା, କିସାନ କାର୍ଡ ବଣ୍ଟନ, ଚାଷୀଙ୍କୁ ପମ୍ପ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା । ଏହା ପରେ ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା?