Masthead

ଓଡ଼ିଶା କଂଗ୍ରେସରେ ନୂଆ ଟୁଇଷ୍ଟ

ଭୁବନେଶ୍ୱର(ବଡ଼ଖବରବ୍ୟୁରୋ): କଥା ଉଡ଼ୁଥିଲା କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ । ଏନେଇ ବିଜେଡି ତାରିଖ ଘୋଷଣା କରିବା ପାଇଁ ଯାଉଥିବାବେଳେ ସେ ଏବେ ରାହୁଲଙ୍କ ଘରେ । ଏ କଥା କଂଗ୍ରେସର ପପୁଲାର ଯୁବ ନେତା ପ୍ରଦୀପ ମାଝୀଙ୍କର । କେବଳ ପ୍ରଦୀପ ନୁହଁ ତାଙ୍କ ସହ ଅଛନ୍ତି ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଭକ୍ତ ଦାସ । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା କଂଗ୍ରେସ ଚଳଚଞ୍ଚଳ ହୋଇଉଠିଛି । ବାରମ୍ବାର ଓଡ଼ିଶାରେ ପିସିସି ସଭାପତି ହଟାଓ ଦାବି ଉଠିଆସୁଛି । ଏହା ସହ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବାର କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏସବୁକୁ ଦୃଷ୍ଟିରେ ରଖି ରାହୁଲ ତାଙ୍କୁ ନିଜ ବାସଭବନକୁ ଡ଼ାକିଥିବାର ଅନୁମାନ କରାଯାଉଛି । କାହିଁକିନା ରାହୁଲ ଗାନ୍ଧିଙ୍କ ପସନ୍ଦୀଦାର ନେତାଙ୍କ ଲିସ୍ଟରେ ପ୍ରଦୀପ ମାଝୀ ବହୁ ଆଗରୁ ରହିଆସିଛନ୍ତି ।

କେବଳ ଏତିକି ନୁହେଁ ତାଙ୍କୁ କେନ୍ଦୀୟ ମନ୍ତ୍ରୀ କରିବାର ଯୋଜନା ମଧ୍ୟ ରାହୁଲ ଗାନ୍ଧି କରିଥିଲେ । ହେଲେ କମ ବୟସ ଓ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ରାହୁଲ ନିଜ ଯୋଜନାରୁ ଓହରୀ ଯାଇଥିଲେ । ସେପଟେ ରାହୁଲଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପର୍କ ମଧ୍ୟ ବେଶ ପୁରୁଣା । କଂଗ୍ରେସ ନେତା ତାରାବାହିନୀ ପତି ଯେତେବେଳେ ପିସିସି ସଭାପତି ହଟାଓ ଦାବି ଉଠାଇଥିଲେ । ସେହି ସମୟରେ ପ୍ରଦୀପ ମାଝୀ ପିସିସି ସଭାପତିଙ୍କ ସପକ୍ଷରେ ବାହାରିଥିଲେ । ଏବଂ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ରହିବେ ବୋଲି ସ୍ଥିର କରାଯାଇଥିଲା । ସେପଟେ ଦଳୀୟ କନ୍ଦଳରେ ଅତିଷ୍ଠ ହୋଇ ପ୍ରଦୀପ ବିଜେଡିରେ ମିଶିବେ ବୋଲି ଅନୁମାନ କରାଯାଉଥିଲା ।

ଏହା ମଧ୍ୟରେ ରାହୁଲଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବାର କଥା ସାମ୍ନାକୁ ଆସିଥିଲା । ଯାହାଫଳରେ ପ୍ରଦୀପ କଂଗ୍ରେସରେ ହିଁ ରହିବାର ସମ୍ଭାବନା ଦେଖାଦେଇଛି । ତେବେ ବର୍ତ୍ତମାନ ଓଡ଼ିଶା କଂଗ୍ରେସର କନ୍ଦଳ କେବେ ସମାପ୍ତ ହେଉଛି ତାହା ହିଁ ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ