Before Header

ସର୍ମ୍ପକରେ ରକ୍ତର ଛିଟା, ବାପାକୁ ଗୁଳି କଲା ପୁଅ

0 17

ସୋନପୁର (ବଡ଼ ଖବର ବ୍ୟୁରୋ): ସର୍ମ୍ପକରେ ରକ୍ତର ଛିଟା । ବାପାକୁ ଗୁଳି କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରି ଗାଁରେ । ଗୁରୁତର ହେଲେ ବାପା ଗଙ୍ଗାଜଳ ମେହେର । ଗଙ୍ଗାଜନଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ପୁଅ ଓ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ରାଗିଯାଇ ବୋହୂକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବାପା ଗଙ୍ଗାଜଳ ବୋହୂକୁ ରକ୍ଷା କରିବା ପାଇଁ ସାମ୍ନାକୁ ଚାଲି ଆସିଥିଲେ । ଫଳରେ ଗୁଳିଟି ତାଙ୍କ ଦେହରେ ବାଜି ଥିଲା । ସେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.