Masthead

ପାଟଣାଗଡରେ ବିଜେଡିର ଗୁଣ୍ଡାରାଜ, ସରପଞ୍ଚଙ୍କ ସ୍ୱାମୀଙ୍କୁ ପିଟି କଲେ ଲହୁଲୁହାଣ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପାଟଣାଗଡରେ ବିଜେଡିର ଗୁଣ୍ଡାରାଜ । ନିର୍ବାଚନ ହାରିବା ପରେ ବି ବିଜେଡିର କମିନି ଗୁଣ୍ଡାଗର୍ଦ୍ଦି । ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ସମର୍ଥକ ତଥା ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ଦାଦାଗିରି । ବିଡିଓ ଚାମ୍ବରରେ ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବ୍ଲକ ଅଧ୍ୟକ୍ଷ । ୧୦/୧୨ ଜଣ ଗୁଣ୍ଡାକୁ ସାଥିରେ ନେଇ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ବିଡିଓ ଅଫିସରେ ପଶିଥିଲେ । ସେଠାରେ ବିଡିଓ ସହ ଆଲୋଚନା କରୁଥିବା ବେଳେ ସରପଞ୍ଚଙ୍କ ସ୍ଵାମୀ ସ୍ଵରୂପା ଫରୁଆଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଅଫିସ ଭିତରେ ନିସ୍ତୁକ ମାଡ ମାରିଥିଲେ ବି ତାଙ୍କ ମନ ମାନି ନଥିଲା । ଅଫିସ ଭିତରୁ ପିଟି ପିଟି ବାହାରକୁ ଆଣିଥିଲେ । ବିଧା, ଗୋଇଠା ସହ ଲୁହା ରଡରେ ପିଟି ପିଟି ସରପଞ୍ଚଙ୍କ ସ୍ୱାମୀଙ୍କୁ ଲହୁଲୁହାଣ କରି ଥିଲେ ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ବାଗ । ଘଟଣାରେ ଗୁରୁତର ଆହତ ବିଜେପି କର୍ମୀଙ୍କୁ ପ୍ରଥମେ ପାଟଣାଗଡ ଓ ପରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏନେଇ ଥାନାରେ ଅଭିଯୋଗ ହେବା ପରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କୁ ବାନ୍ଧିଛି ପୋଲିସ । ହେଲେ କେଉଁ କାରଣରୁ ବିଜେପି କର୍ମୀଙ୍କୁ ବିଜେଡି ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ପିଟିଲେ ଜଣା ପଡିନାହିଁ । କିନ୍ତୁ ନିର୍ବାଚନ ହାରିବା ପରେ ଏବେ ଅଧ୍ୟକ୍ଷ ପଦ ଯିବା ଭୟରେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ