Before Header

ପାକିସ୍ତାନର ମୁଖା ଖୋଲିଦେଲା ଅଲ୍ଲୀ ବାବର

0 22

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) : ପଦାରେ ପଡ଼ିଲା ପାକିସ୍ତାନର ଚାଲ୍। ଗିରଫ ପାକିସ୍ତାନୀ ଆତଙ୍କବାଦୀର ବଡ଼ ଖୁଲାସା । ମଙ୍ଗଳବାର ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରୁ ଗିରଫ ହୋଇଥିବା ଲସ୍କର-ଇ-ତୋଇବାର ଆତଙ୍କବାଦୀ ଅଲ୍ଲୀ ବାବର ପାକିସ୍ତାନର ଚାଲ କୁ ପଦାରେ ପକାଇଛି। ଭାରତୀୟ ସେନା ପକ୍ଷରୁ ପଚରାଉଚରା ପରେ ସାମ୍ବାଦିକ ସମ୍ମିଳନୀକୁ ବାବର୍‌ର୍କ ଅଣା ଯାଇଥିଲା। କିଭଳି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତାକୁ ଅର୍ଥ ଲାଳସା ଦେଇଥିଲା ? କେଉଁ ପରିସ୍ଥିତିରେ ଲସ୍କର-ଇ-ତୋଇବାରେ ସେ ସାମିଲ ହୋଇଥିଲା? ସୀମାରେ ଅନୁପ୍ରବେଶ କରି କିଭଳି ଭାରତକୁ ଅସ୍ତ୍ରଶସ୍ତ୍ର ଅଣାଯିବ? କିଭଳି ପାକିସ୍ତାନ ସେନା ତାକୁ ତାଲିମ ଦେଇଥିଲା? ସେସବୁ ଘଟଣା କ୍ରମର ଗୋଟି ଗୋଟିକରି ପ୍ରକାଶ କରିଛି ଆତଙ୍କୀ ଅଲ୍ଲୀ ବାବର । ପାକିସ୍ତାନ ଖାଇବର୍ପକତୁନ୍ନା ଅଞ୍ଚଳର ୫ରୁ ୬ ଯୁବକଙ୍କୁ ବାଛିଥିଲେ ଆତଙ୍କବାଦୀ। ସେଥିରେ ଥିଲା ବାବର୍। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଏବଂ ପରିଚୟ ବଦଳାଇବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦେଇଥିଲା ପାକିସ୍ତାନ।

ଅଲ୍ଲୀ କହିଛି ସେପ୍ଟେମ୍ବର ୧୮ରେ ଏଲଓସିରେ ତା’ର ଓ ୫ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲା ଭାରତୀୟ ସେନା । ସେନାର ସର୍ଚ୍ଚ ଅପରେସନରେ ୩ଜଣ ଆତଙ୍କୀ ପାକିସ୍ତାନ ଫେରି ଯାଇଥିବାବେଳେ ଅଲ୍ଲୀ ବାବର ଓ ଅନ୍ୟ ଜଣେ ଆତଙ୍କବାଦୀ ୧୦ଦିନ ଧରି ଉରିରେ ଥିବା ଏକ ନଳା ନିକଟରେ ଲୁଚି ରହିଥିଲେ । ତେବେ ସେପ୍ଟେମ୍ବର ୨୫ରେ ସେନାର ଗୁଳିରେ ପ୍ରାଣ ହରାଇଛି ଲୁଚି ରହିଥିବା ଅନ୍ୟତମ ଆତଙ୍କବାଦୀ । ଏହାପରେ ଭୟରେ ୨୬ ସକାଳେ ଭାରତୀୟ ସେନା ନିକଟରେ ଆତ୍ମସର୍ମପଣ କରିଥିଲା ଅଲ୍ଲୀ ।
ଗିରଫ ଆତଙ୍କୀ କହିଛି ଯେ, ଜିହାଦର ନାଁ ନେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଛି ଲସ୍କର । ଯାହାର ଶିକାର ହୋଇଥିଲା ଅଲ୍ଲୀ ବାବର । ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା ତା’ ପାଇଁ କଷ୍ଟକର ହୋଇପଡିଥିଲା । ସିଆଲକୋଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ଭେଟ ହୋଇଥିଲା ଜଶେ ଆତଙ୍କି ସହ। ଯିଏକି ଆଇଏସଆଇ ଓ ଲସ୍କର ପାଇଁ କାମ କରୁଥିଲା। ତା’ ଜରିଆରେ ସେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା ଅଲ୍ଲୀ ବାବର । ମୁଜାଫରବାଦରେ ଥିବା ପାକର ସେନା କ୍ୟାମ୍ପରେ ୨୦୧୯ ମସିହାରେ ତାଲି ନେଇଥିଲା ଅଲ୍ଲୀ। ତା ସହ ମୋଟ ଟ୍ରେନିଂ ନେଇଥିଲେ ୯ଜଣ ଯୁବକଙ୍କୁ ୨୧ ଦିନ ଧରି ତାଲିମ ଦିଆଯାଇଥିଲା । ଆଇଏସଆଇ ୨୦ହଜାର ଟଙ୍କା ଆଡଭାନ୍ସ ଦେବା ସହ କଶ୍ମୀରରେ ପ୍ରବେଶ କଲେ ଆଉ ୨୦ ହଜାର ଟଙ୍କା ଦେବା ପାଇଁ ଆତଙ୍କୀଙ୍କୁ କଥା ଦେଇଥିଲା ।

Leave A Reply

Your email address will not be published.