Masthead

ଅମିତାଭ କଲେ ଭୁଲ, ଶ୍ୱେତା କଲେ ଠିକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ଆଜି ବଲିଉଡର ଶେହନଶାହା ଓରଫ ଅମିତାଭ ବଜନଙ୍କ ୭୯ ତମ ଜନ୍ମଦିନ । ବିଗ୍ ବିଙ୍କ ଜନ୍ମଦିନକୁ ତାଙ୍କ ଫ୍ୟାନ୍ସମାନେ ବହୁତ ଧୁମଧାମରେ ପାଳନ କରନ୍ତି । ପ୍ରତିବର୍ଷ ତାଙ୍କ ଘର ବାହାରେ ଫ୍ୟାନ୍ସମାନେ ଏକାଠି ହୁଅନ୍ତି । ବିଗ ବି’ଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଦିଅନ୍ତି । ତେବେ ବିଗ ବି’ ନିଜେ ନିଜ ଜନ୍ମଦିନରେ ଏକ ବଡ ଭୁଲ କରିଦେଇଛନ୍ତି । ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସେ ଭୁଲ ସୂଚନା ଦେଇଛନ୍ତି ।

ବିଗ ବି’ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଗ୍ରେ ଜ୍ୟାକେଟ୍, ଟ୍ରାଉଜର ଏବଂ ବ୍ୟାଗ ଧରିଥିବାର ଦେଖିବାକୁ ମିଳିଛି । ତେବେ ଏହି ଫଟୋତଳେ ସେ ୮୦ ବର୍ଷରେ ପାଦ ଥାପିଲେ ବୋଲି ଲେଖିଛନ୍ତି । ନିଜ ବାର୍ଥ ଡେ’ରେ ସେ କେତେ ବର୍ଷରେ ପାଦ ଦେଲେ ନିଜେ ବିଗ ବି’ ଜାଣି ପାରିନାହାଁନ୍ତି । ତାଙ୍କୁ ୭୯ ନା ୮୦ ବର୍ଷ ତାହା ଜାଣି ପରିନାହାଁନ୍ତି ।

କିନ୍ତୁ ପରେ ଏହି ଭୁଲକୁ ସୁଧାରିଛନ୍ତି ତାଙ୍କ ଝିଅ ଶ୍ୱେତା ନନ୍ଦା ବଚ୍ଚନ । ବିଗ ବି’ଙ୍କ ପୋଷ୍ଟରେ ସେ କମେଣ୍ଟ କରି ତାଙ୍କର ସଠିକ ବୟସ କେତେ ତାହା କହିଛନ୍ତି । ଶ୍ୱେତା ୮୦ ନୁହେଁ ୭୯ ବୋଲି ଅମିତାଭଙ୍କ ପୋଷ୍ଟରେ ଲେଖିଛନ୍ତି । ବିଗ ବି’ଙ୍କ ଏହି ପୋଷ୍ଟ ଏବେ ସେସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ମହାନାୟକଙ୍କ ଜନ୍ମଦିନରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସବୁ ଷ୍ଟାରମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !