Masthead

ଅମିତାଭ କଲେ ଭୁଲ, ଶ୍ୱେତା କଲେ ଠିକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ଆଜି ବଲିଉଡର ଶେହନଶାହା ଓରଫ ଅମିତାଭ ବଜନଙ୍କ ୭୯ ତମ ଜନ୍ମଦିନ । ବିଗ୍ ବିଙ୍କ ଜନ୍ମଦିନକୁ ତାଙ୍କ ଫ୍ୟାନ୍ସମାନେ ବହୁତ ଧୁମଧାମରେ ପାଳନ କରନ୍ତି । ପ୍ରତିବର୍ଷ ତାଙ୍କ ଘର ବାହାରେ ଫ୍ୟାନ୍ସମାନେ ଏକାଠି ହୁଅନ୍ତି । ବିଗ ବି’ଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଦିଅନ୍ତି । ତେବେ ବିଗ ବି’ ନିଜେ ନିଜ ଜନ୍ମଦିନରେ ଏକ ବଡ ଭୁଲ କରିଦେଇଛନ୍ତି । ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସେ ଭୁଲ ସୂଚନା ଦେଇଛନ୍ତି ।

ବିଗ ବି’ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଗ୍ରେ ଜ୍ୟାକେଟ୍, ଟ୍ରାଉଜର ଏବଂ ବ୍ୟାଗ ଧରିଥିବାର ଦେଖିବାକୁ ମିଳିଛି । ତେବେ ଏହି ଫଟୋତଳେ ସେ ୮୦ ବର୍ଷରେ ପାଦ ଥାପିଲେ ବୋଲି ଲେଖିଛନ୍ତି । ନିଜ ବାର୍ଥ ଡେ’ରେ ସେ କେତେ ବର୍ଷରେ ପାଦ ଦେଲେ ନିଜେ ବିଗ ବି’ ଜାଣି ପାରିନାହାଁନ୍ତି । ତାଙ୍କୁ ୭୯ ନା ୮୦ ବର୍ଷ ତାହା ଜାଣି ପରିନାହାଁନ୍ତି ।

କିନ୍ତୁ ପରେ ଏହି ଭୁଲକୁ ସୁଧାରିଛନ୍ତି ତାଙ୍କ ଝିଅ ଶ୍ୱେତା ନନ୍ଦା ବଚ୍ଚନ । ବିଗ ବି’ଙ୍କ ପୋଷ୍ଟରେ ସେ କମେଣ୍ଟ କରି ତାଙ୍କର ସଠିକ ବୟସ କେତେ ତାହା କହିଛନ୍ତି । ଶ୍ୱେତା ୮୦ ନୁହେଁ ୭୯ ବୋଲି ଅମିତାଭଙ୍କ ପୋଷ୍ଟରେ ଲେଖିଛନ୍ତି । ବିଗ ବି’ଙ୍କ ଏହି ପୋଷ୍ଟ ଏବେ ସେସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ମହାନାୟକଙ୍କ ଜନ୍ମଦିନରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସବୁ ଷ୍ଟାରମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ