Masthead

ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ନିବେଦନ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି । ଖବରପାଇ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଏସପି ମୁକେଶ ଭାମୁଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସେଠାରେ ଲୋକଙ୍କ ଭିଡ ଲାଗିଥିଲା ।

ପୋଲିସ ଲୋକମାନଙ୍କୁ ବୁଝାବୁଝା କରି ପରିସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରିଛି । ପରେ ଜିଲ୍ଲାପାଳ ଓ ଉତ୍ତରାଞ୍ଚଳ ଆରଡିସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଅଛନ୍ତି । ତା’ସହ ସିଆପିଏଫକୁ ବି ମୁତୟନ କରାଯାଇଛି । ତେବେ ଏଭଳି ଅପ୍ରତ୍ୟାଶିତ କାଣ୍ଡ କିଏ ଓ କାହିଁକି କରିଛି ତାହା ସ୍ପଷ୍ଟ ହୋଇନି । ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ନିକଟରେ ଥିବା ଓଭରବ୍ରିଜ ଉପରୁ ଥାଇ ତଳକୁ କେହି ବୋମା ଫିଙ୍ଗିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରି ପୋଲିସ ପ୍ରଶାସନକୁ ସହଯୋଗ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁର ଜିଲ୍ଲାପାଳ ନିବେଦନ କରିଛନ୍ତି ।

ଦରକାର ପଡିଲେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ କରା ଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତ । ସେପଟେ ବୋମାମାଡରେ ଆହତ ୩ଜଣଙ୍କ ମଧ୍ୟରୁ ୨ଜଣ ମେଡିକାଲରୁ ଡିସଚାର୍ଜ ହୋଇସାରିଥିବା ବେଳେ ଜଣେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁରର ପିରବାବା ଛକରେ ମଙ୍ଗଳବାର ବୋମାମାଡ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଏହି ବୋମାମଡରେ ଗୋଟିଏ ବୁଲେଟ ଗାଡି ମଧ୍ୟ ପୋଡିଯାଇଛି । ପୀରବାବ ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବୋମାମାଡ ପଛରେ ପୂର୍ବଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଉତରାଂଚଳ ଆଇଜି ହିମାଂଶୁଲାଲ, ଏସପି ମୁକେଶ ଭାମୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି