Masthead

ବିଧାୟକଙ୍କ ଗାଡି ଉପରକୁ ବୋମାମାଡ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ):  କେନ୍ଦୁଝର ବିଧାୟକଙ୍କୁ ବୋମାମାଡ । ବିଧାୟକ ମୋହନ ମାଝୀଙ୍କୁ ଗାଡି ଉପରକୁ ବୋମାମାଡ ହୋଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ବୋମାମାଡ ହୋଇଛି । ତେବେ ବିଧାୟକଙ୍କ ଗାଡି ସମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବଳେ ବିଧାୟକ ସୁରକ୍ଷିତ ଅଛନ୍ତି ।

ବିଧାୟକଙ୍କ କହିବା ଅନୁଯାୟୀ, ସେ ଭରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ । ଦିନ ୧୧ଟା ୪୦ ପର୍ଯ୍ୟନ୍ତ ବୈଠକରେ ଥିଲେ । ତେବେ ୧୨ ଟା ପାଖାପାଖି ଏକ ଗାଡିରେ ଦୁର୍ବୃତ୍ତ ମାନେ ଆସି ତାଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । ବିଧାୟକ ମୋହନ ମାଝୀଙ୍କ ଗାଡି ସାମ୍ନାରେ ବୋମା ବାଜିଥିଲା ।

ସୂଚନା ଅନୁଯାୟୀ ବୋମାମାଡ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସଓ ଗାଡିରୁ ଓହ୍ଲାଇ ପିଛା କରିଥିଲେ । କିନ୍ତୁ ସେମାନେ ବାଇକରେ ବସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ପରେ ବିଧାୟକ ତାଙ୍କୁ ପିଛା କରିଥିଲେ । ହେଲେ ସେମାନଙ୍କୁ ଧରି ପାରି ନଥିଲେ । ପରେ ବିଧାୟକ ମୋହନ ମାଝୀ କେନ୍ଦୁଝର ଟାଉନ ଥାନାରେ ଆସି ଅଭିଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ