Masthead

ଅବହେଳିତ କରୋନା ଆକ୍ରାନ୍ତ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ଅବହେଳିତ କରୋନା ଆକ୍ରାନ୍ତ । ଭୋକ ଉପାସରେ ଗଛମୂଳେ ପଡିରହିଛନ୍ତି ବୃଦ୍ଧା ।  ବାସୁଦେବପୁର ପୌରପାଳିକା କାର୍ଯ୍ୟାୟଳୟର ଗଛମୂଳେ ପଡିରହିଥିବା ବୃଦ୍ଧା ଜଣକ କରୋନା ପଜିଟିଭ । ବୃଦ୍ଧାଙ୍କୁ ବୟସ ୬୨ବର୍ଷ । ସେ କରୋନା ପଜିଟିଭ ଚିହ୍ନଟ ପରେ ସଙ୍ଗରୋଧର ସୁବିଧା ନଥିବାରୁ ଗଛମୂଳେ ପଡିରହିଛନ୍ତି । ପୌର ପରିଷଦର କର୍ମଚାରୀମାନଙ୍କୁ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ମାତ୍ର ଏହି ଯୋଦ୍ଧାମାନେ କିପରି ମହାମାରୀ ସମୟରେ କାମ କରୁଛନ୍ତି, ଏହି ବୃଦ୍ଧାଙ୍କ କ୍ଷେତ୍ରରୁ ଜଳଜଳ ଦିଶୁଛି ।

ଅଫିସରଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ସମସ୍ତେ ଦେଖୁଥିଲେ ମଧ୍ୟ ସତେ ଯେମିତି ଆଖିବୁଜି ଦେଇଛନ୍ତି । କାନ୍ଦ କାନ୍ଦି ବୃଦ୍ଧା ଜଣକ କହିଛନ୍ତି, ନିଜର ଭଲ ଘର,ଶୌଚାଳୟ ଏବଂ ନଳକୂଅଟିଏ ନଥିବାରୁ ଗୋଷ୍ଠୀ ନଳକୂଅ ଉପରେ ନିର୍ଭର କରନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗ୍ରାମବାସୀ ଚଳପ୍ରଚଳ କରିବାକୁ ବାରଣ କରିଥିଲେ । ବାଧ୍ୟ ହୋଇ ଗଛମୂଳକୁ ବାଛି ନେଇଛନ୍ତି । ଭୋକ ଉପବାସରେ ପଡିରହିଛନ୍ତି । ବାସୁଦେବପୁର ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ଭଦ୍ରକ ସ୍ଥାନାନ୍ତର କରିବୁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ