Masthead

ପୂଜା ଦେଖିବାକୁ ଆସୁଛନ୍ତି କି …ହୋଇଯାଆନ୍ତୁ ସାବଧାନ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଆଙ୍କୁ ଦେଖିବାକୁ ରାଜଧାନୀରେ ଲାଗିଛି ନାହିଁ ନଥିବା ଭିଡ଼ । ଭିଡ଼ରେ କିନ୍ତୁ ଲୁଟେରାଙ୍କ ଚାଲିଛି ଲୁଟପାଟ । ଯଦି ପୂଜା ବୁଲିବା ପାଇଁ ଆସୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ହୋଇପାରନ୍ତି ଲୁଟେରାଙ୍କ ଶିକାର । ଗତକାଲି ବମିଖାଲ ମଣ୍ଡପରେ ମହିଳାଙ୍କ ବେକରୁ ଚେନ୍ ଲୁଟ ଘଟଣାରେ ୮ରୁ ଅଧିକ ସନ୍ଦିଗ୍ଧ ଅଟକ ରଖିଛି ପୋଲିସ । ଲୁଟ ଉଦ୍ୟମ ବେଳେ ଏମାନଙ୍କୁ କାବୁ କରିଛି ପୋଲିସ ।

ଅଟକ ଯୁବକ ବିହାରର ହୋଇଥିବା ଜଣାପଡିଛି । ଲୁଟ୍ ବେଳେ ସିସିଟିଭି ଦେଖି ବମିଖାଲ ପୂଜା ମଣ୍ଡପ କର୍ମକର୍ତ୍ତା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ୮ ଅଭିଯୁକ୍ତଙ୍କୁ ଥାନାକୁ ନେଇଛି । ସେମାନଙ୍କ ନାଁରେ ଆଉ କେଉଁଠି ମାମଲା ରହିଛି, ସେ ନେଇ ଖୋଳତାଡ଼ ଜାରି ରହିଛି । ବମିଖାଲ ପୂଜା ମଣ୍ଡପ ନିକଟରୁ ୪ ଜଣ ମହିଳାଙ୍କ ବେକରୁ ୧୦ ଭରି ଲେଖାଏଁର ୪ଟି ସୁନା ଚେନ୍ ଲୁଟିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ରବିବାର ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଥିଲେ ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ