Masthead

ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ପୂର୍ବ ଶତ୍ରୁତା ହେଲା କାଳ । ଜଣେ ପୋଲିସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା କଲା ଅଭିଯୁକ୍ତ । ହତ୍ୟା ର ୪ ଦିନ ପରେ ଗଳିତ ଶବର ସୁରାକ ପାଇଛି ପୋଲିସ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଲିସାହି ଗାଁ ରେ । ସୂଚନା ଅନୁସାରେ ମୃତ ପୋଲିସ କର୍ମଚାରୀ ଉଦୟ ରଞ୍ଜନ ପଟ୍ଟନାୟକ ପଡୋଶୀ ଘର ସଂଜୟ ନାଏକଙ୍କ ସହ ପୂର୍ବରୁ ମିଳାମିଶା ହେଉଥିଲେ । କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ସଂଜୟ ଉତକ୍ଷିପ୍ତ ହୋଇ ୪ ଦିନ ପୂର୍ବରୁ ଉଦୟ ରଞ୍ଜନଙ୍କୁ ପଥର ଦ୍ୱାରା ଛେଚି ଘର ପଛ ପାଖ ଅଳିଆ ଗଦାରେ ପୋତି ଦେଇଥିଲା । ହତ୍ୟା ପରେ ମୃତ ପୋଲିସ କର୍ମଚାରୀଙ୍କ ପୁଅକୁ ଧମକ ଦେଇଥିଲା ଅଭିଯୁକ୍ତ ସଞ୍ଜୟ । ଏପରିକି ଘଟଣା ପ୍ରକାଶ କଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା । ୪ ଦିନ ପରେ ମୃତ ଦେହ ପଚି ଗନ୍ଧ ହେବାରୁ ଗାଁ ଲୋକ ଜାଣିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଗଳିତ ଶବକୁ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ସଂଜୟକୁ ଗିରଫ କରିଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ଡଗ୍ସ ସ୍କ୍ୱାଡ ପୁରୁଣାକଟକ ପୋଲିସ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରୁଛି । ମୃତକ ଉଦୟ ରଞ୍ଜନ ପଟ୍ଟନାୟକ ଫୁଲବାଣୀ ଜିଲ୍ଲା ବାଲୁଗୁଡା ଥାନା ଅଞ୍ଚଳରେ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଥିବା ବେଳେ ଘଟଣା ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ହତ୍ୟା ଘଟଣାର କାରଣ ଜଣାପଡିବ ବୋଲି ବୌଦ୍ଧ ଏସଡିପିଓ ଲରେନ୍ସ ରାଉତ ରାୟ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା