Masthead

ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାନ୍ଧୀ ମୈଦାନରେ ଜୋରଦାର ହଙ୍ଗାମା। ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଉଠାଇ ନେଲା ପୁଲିସ। ବିହାର ଜନସେବା ଆୟୋଗ (ବିପିଏସସି) ର ୭୦ତମ ପ୍ରାଥମିକ ବା ପ୍ରିଲିମ ପରୀକ୍ଷାକୁ ବାତିଲ କରିବାକୁ ଦାବି କରୁଥିବା ଜନ ସୁରଜ ପାର୍ଟି ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନଶନରେ ବସିଥିଲେ। ତେବେ ବିଳମ୍ବିତ ରାତିରେ ଧାରଣା ସ୍ଥାଳରୁ ପାଟନା ପୁଲିସ ତାଙ୍କୁ ଉଠାଇ ନେଇଛି।

ଏହାପରେ ତାଙ୍କୁ ଗିରଫ କରାଯାଇଛି । ରାତି ୪ଟାରୁ ଗାନ୍ଧୀ ମୈଦାନକୁ ଜୋରଜବରଦସ୍ତ ଉଠାଇନେଇ ପୋଲିସ ଏମ୍ସ ନେଇଥଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପିକେଙ୍କୁ ଘଟଣାସ୍ଥଳରୁ ଉଠାଇ ନେବା ପରେ ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି । ବିକ୍ଷୋଭ ସ୍ଥଳରୁ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ହେପାଜତକୁ ନେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ପୋଲିସ ଓ ପିକେଙ୍କ ସମର୍ଥନଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଥିଲା । ଜଣେ ସମର୍ଥକ କହିଛନ୍ତି, ପୋଲିସ ପିକେ ସାରଙ୍କ ଚଷମା ଫୋପାଡି ଦେଇଥିଲେ । ଆମେ ତାଙ୍କୁ କହିବାକୁ ଯିବାରୁ ଠେଲି ଦେଲେ । ପୋଲିସ ଗାଳିଗୁଳଜ କରିଛନ୍ତି । ଆମ ଉପରେ ଲାଠିଚାର୍ଜ କରିଛନ୍ତି ପୋଲିସ । ପିକେ କିଛି ଭୁଲ କରି ନାହାନ୍ତି । ସେ ସତ୍ୟାଗ୍ରହ କରିଥିଲେ । ସରକାର ତାଙ୍କୁ ଡରୁଛନ୍ତି । ନୀତିଶ କୁମାର ମାନସିକ ସ୍ଥିତି ହରାଇଛନ୍ତି । ପୋଲିସ ତାଙ୍କୁ କେଉଁଆଡେ ନେଉଛି ତାହା କାହାକୁ ଜଣାନାହିଁ ।

ବିପିଏସସିର ୭୦ତମ ପ୍ରିଲିମ୍ସ ପରୀକ୍ଷା ଡିସେମ୍ବର ୧୩ରେ ହୋଇଥିଲା । ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ଏହାକୁ ପୁଣି ଥରେ କରିବାକୁ ଦାବି କରୁଛନ୍ତି । ଗତ ୨ ସପ୍ତାହରୁ ଅଧିକ ଦିନ ଧରି ଆଶାୟୀଙ୍କ ଧାରଣା ଜାରି ରହିଛି । ଆଶାୟୀଙ୍କୁ ପ୍ରଶାନ୍ତ କିଶୋର, ତେଜସ୍ବୀ, ପପ୍ପୁ ଯାଦବଙ୍କ ଭଳି ନେତାଙ୍କ ସହ ଦେଶର ଜଣାଶୁଣା ଖାନ ସାରଙ୍କ ମଧ୍ୟ ସମର୍ଥନ ମିଳିଛି । ଏହା ପରେ ଗତ ଜାନୁଆରୀ ୨ ତାରିଖରୁ ଆମରଣ ଅନଶନରେ ବସିଥିଲେ ପ୍ରଶାନ୍ତ କିଶୋର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି