Masthead

ଟାର୍ଗେଟ ଥିଲା ବାପା, ଗୁଳି ଖାଇଲେ ପୁଅ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଭାଗମୁଣ୍ଡାରେ ଭାଇଭଉଣୀଙ୍କୁ ଗୁଳିମାଡ଼ ଘଟଣା । ଜଙ୍ଗଲରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଦୁଇ ଦେଶୀ ବନ୍ଧୁକ ଓ ମୋବାଇଲ ଜବତ । ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ଏସପିଙ୍କ ସୂଚନା । ଟାର୍ଗେଟରେ ଥିଲେ ବାପା, ଗୁଳି ଖାଇଲେ ପୁଅ ଝିଅ । ଏବେ ବି ଭାଇଭଉଣୀ ଏସସିବିରେ ଚିକିତ୍ସିତ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ଭାଇ – ଭଉଣୀଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧା ଗୁଳି କାଣ୍ଡ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ରାତିରେ ଶୋଇଥିବା ବେଳେ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ବେଳେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ ।

ପରିବାର ଲୋକ ଦଉଡି ଆସି ଦେଖିବା ବେଳେକୁ ସେମାନଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଏବେ ମଧ୍ୟ ଉଭୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ