Masthead

ଲାଞ୍ଚ ନଦେଲେ ମିଳୁନି ମୃତ୍ୟୁ ପ୍ରମାଣପତ୍ର

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ କାରବାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବେତନଟୀ ଡାକ୍ତରଖାନାରେ ସୋମବାର ମୃତ୍ୟୁ ପ୍ରମାଣପତ୍ର ନେବାକୁ ଆସିଥିବା ଜନୈକ ଗରିବ ଶ୍ରେଣୀର ତଥା ଅସହାୟ ସ୍ୱାମୀଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀ ମନମୋହନ ମହାନ୍ତ ଏକହଜାର ଟଙ୍କା ଦାବି କରିଥିଲେ । ମୁଲଚାଲ ପରେ ଶେଷରେ ଶହେ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହେଉଛି ।

ସୂଚନା ମୁତାବକ ବୈଶିଙ୍ଗା ଥାନା ପତଡା ଗ୍ରାମର ଦେବାଶିଷ ଦାସଙ୍କ ପତ୍ନୀ ସୁଷମା ଚଳିତବର୍ଷ ଜାନୁଆରୀ ୨୫ରେ ଫାଶୀଦେଇ ଆତ୍ମହତ୍ୟା କରିଥିଲେ । ସ୍ୱାମୀ ଦେବାଶିଷ ପ୍ରାୟ ଦୁଇମାସ ପୂର୍ବରୁ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ସେତେବେଳେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଦାୟିତ୍ୱରେ ଥିବା ମନମୋହନ ମହାନ୍ତ ଏକହଜାର ଟଙ୍କା ଦାବି କରିଥିବା ଦେବାଶିଷ ସୂଚନା ଦେଇଛନ୍ତି । ତେବେ ଗରିବ ହୋଇଥିବାରୁ ଏତେଗୁଡିଏ ଟଙ୍କା ନଥିବା ଏବଂ ପ୍ରମାଣପତ୍ର ନେବା ସମୟରେ ସକ୍ଷମ ମୁତାବକ କିଛି ଟଙ୍କା ଦେବାନେଇ ଦେବାଶିଷ ପ୍ରତିଶୃତି ଦେଇଥିଲେ ।

ମାତ୍ର ସୋମବାର ମୃତ୍ୟୁ ପ୍ରମାଣ ପତ୍ର ନେବାପାଇଁ ଦସ୍ତଖତ କରିବା ସମୟରେ ଟଙ୍କା କାହିଁ ବୋଲି କର୍ମଚାରୀ ମନମୋହନ ପଚାରିଥିଲେ । ଏହାପରେ ମୁଲଚାଲ ପରେ ଶହେ ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଏନେଇ ମନମୋହନଙ୍କୁ ପଚାରିବାରୁ ସେ ନିରୁତ୍ତର ରହିଥିବାବେଳେ ଡାକ୍ତରଖାନା ଅଧିକାରୀ ସିପୁନ କୁମାର ପଣ୍ଡା ଏନେଇ ଅଭିଯୋଗ ଆସିଲେ ତଦନ୍ତ ପୂର୍ବକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ