Masthead

ରାଫେଲ କିଣାରେ ଲାଞ୍ଚ କାରବାର!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିମାନ କିଣାରେ ହୋଇଛି ଲାଞ୍ଚ କରବାର । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ଏପରି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି ରାଫେଲ କିଣାକୁ ନେଇ । ରାଫେଲ ଚୁକ୍ତି ନେଇ ପୁଣି ଥରେ ବଢ଼ିଛି ବିବାଦ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ଆସିଛି ଏଭଳି କିଛି ସାଂଘାତିକ ତଥ୍ୟ । ରାଫେଲ ତିଆରି କରୁଥିବା କମ୍ପାନୀ ଡାସଲ୍ଟ ଭାରତରର ଜଣେ ମଧ୍ୟସ୍ଥିଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଜଣେ ଭାରତୀୟ ମଧ୍ୟସ୍ଥିଙ୍କୁ ପାଖାପାଖି ସାଢ଼େ ୮ କୋଟି ଟଙ୍କା ଉପହାର ଭାବେ ପ୍ରଦାନ କରିଥିବା ଫ୍ରାନ୍ସର ଏକ ପବିକ୍ଲେସନ ଏହା ଦାବି କରିଛି। ଫ୍ରାନ୍ସର ଏକ ଗଣମାଧ୍ୟମ ଏହି ବିଷୟରେ ଖୁଲାସା କରିଛି । ସୂଚନା ମୁତାବକ, ୨୦୧୬ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହାପରେ ଡାସଲ୍ଟ ଭାରତରେ ଜଣେ ମଧ୍ୟସ୍ଥିଙ୍କୁ ୧ ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ଡାସଲ୍ଟ ଗ୍ରୁପ ଆକାଉଣ୍ଟରୁ ୫୦,୮୨୯୫ ୟୁରୋ ଗିଫ୍ଟ ଟୁ କ୍ଲାଏଣ୍ଟସଦ ନାଁରେ ଟ୍ରାନ୍ସଫର ହୋଇଥିଲା । ଆଣ୍ଟି କରପସନ୍ ଏଜେନ୍ସି ଏଏଫଏ ଡାସଲ୍ଟ କମ୍ପାନୀ ଖାତାର ଅଡିଟ୍ କରିବା ବେଳେ ଏହି ଘଟଣାର ଖୁଲାସା ହୋଇଥିଲା ବୋଲି ଫ୍ରାନ୍ସର ଏକ ପବ୍ଲିକେସନ ‘ମିଡ଼ିଆପୋର୍ଟ’ ନିଜର ଏକ ରିପୋର୍ଟରେ ଦାବି କରିଛି ।

ସେପଟେ ଏହି ଘଟଣାର ଖୁଲାସା ପରେ ଡାସଲ୍ଟ ସଫେଇ ଦେଇଛି ଯେ, ଟଙ୍କାର ବ୍ୟବହାର ରାଫେଲର ୫୦ଟି ଲଢୁଆ ବିମାନ ମଡେଲ ତିଆରି ପାଇଁ ହୋଇଥିଲା । କିନ୍ତୁ ପ୍ରକୃତରେ ଏପରି କୌଣସି ମଡେଲ ତିଆରି ହୋଇନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ଏଜେନ୍ସି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୬ରେ ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ଏହାମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ଟି ବିମାନ ଭାରତ ପାଇସାରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?