Masthead

ପ୍ରିୟଙ୍କାଙ୍କୁ ସଲାମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରାଫିକ କନଷ୍ଟେବଲ ପ୍ରିୟଙ୍କା ବେରୱା । କର୍ତ୍ତବ୍ୟ ସାଙ୍ଗକୁ ମଣିଷପଣିଆ ଦେଖାଇଥିବାରୁ ତାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ଭୁବନେଶ୍ୱର ଜାଭିୟର ଛକ ନିକଟରେ ଜଣେ ଦୁର୍ଘଟଣା ପାଡ଼ିତ ମହିଳାଙ୍କ ସେବା କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ପ୍ରିୟଙ୍କା । ଦୁର୍ଘଟଣା ପୀଡ଼ିତାଙ୍କ ଗୋଡ଼ ବ୍ୟାଣ୍ଡେଜ କରୁଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାନବିକତା ଦେଖାଇଥିବା ପ୍ରିୟଙ୍କାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ପୂର୍ବରୁ ମଧ୍ୟ ଟ୍ରାଫିକ କର୍ମଚାରୀ ମାନବିକତା ଦେଖାଇ ସୋସିଆଲ ମିଡିଆ ସେନସେସନ ପାଲଟିଥିଲେ । କଟକରେ ଜଣେ ଟ୍ରାଫିକ କନଷ୍ଟେବଲ ରାସ୍ତାରେ ପଡ଼ିଥିବା ବାଲିଗୋଡ଼ି ସଫା କରିଥିଲେ । ତାଙ୍କୁ ପୋଲିସ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।
ନିକଟରେ ଜଣେ ଟମାଟୋ ବେପାରୀଙ୍କ ଟମାଟୋ ଗୋଟାଇ ବେପାରୀଙ୍କୁ ସହଯୋଗ କରିଥିବା ଦୁଇଜଣ ଟ୍ରାଫିକ କର୍ମଚାରୀଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!