Masthead

ବ୍ରୋଞ୍ଜ ବିଜୟୀ ବଜରଙ୍ଗ

(ବଡ଼ ଖବର ବ୍ୟୁରୋ): ଭାରତକୁ ଆଉ ଏକ ପଦକ । ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୬୫ କେଜି ବର୍ଗରେ କାଂସ୍ୟ ପଦକ ଜିତିଛି ଭାରତ । ରେସଲିଂରେ ବଜରଙ୍ଗ ଦମଦାର ପ୍ରଦର୍ଶନ କରି ଭାରତ ପାଇଁ ଆଉ ଏକ ପଦକ ଟେକିଓରୁ ଟେକି ଆଣିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍ ଦେଇ ବ୍ରୋଞ୍ଜ ଜିତିଛନ୍ତି । ଏଥିସହ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ବଜରଙ୍ଗ ପୁନିଆଙ୍କ ପାଇଁ ଆଜି ଦେଶବାସୀ ଗର୍ବିତ । ପ୍ରଥମ ଭାଗରେ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ୨ୟ ପିରିୟଡରେ ଦୌଲେତଙ୍କ ଉପରେ ଚାପ ରହିଛି । ବଜରଙ୍ଗ ଏହି ଚାପର ଲାଭ ଉଠାଇ ଆରମ୍ଭରୁ ଆକ୍ରମଣ କରିଥିଲେ । ଫଳରେ ବଜରଙ୍ଗ ଲିଡକୁ ୬-୦କୁ ନେଇ ଆସିଥିଲେ । ଶେଷ ୫୦ ସେକେଣ୍ଡରେ ବଜରଙ୍ଗ ୨ ଅଙ୍କ ସହ ୮-୦ରେ କାଂସ୍ୟ ଜିତିଥିଲେ । ବଜରଙ୍ଗ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ କ୍ରୀଡ଼ାବିତ୍ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରି ଖେଳିଯାଇଛି ।

ପହିଲିମାନ ବଜରଙ୍ଗ ପୁନିଆ ସେମିଫାଇାନଲରେ ଭାରତକୁ ନିରାଶ କରିଥିଲେ । ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। ଏହା ସତ୍ବେ ମେଡାଲ ଆଶା କାଏମ ରହିଥିଲା । ବଜରଙ୍ଗ ୬୫ କେଜି ବର୍ଗ ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍‌ ମେଡାଲିଷ୍ଟ ଏବଂ ୩ ଥର ବିଶ୍ବ ଚାମ୍ପିୟନ୍‌ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଥିଲେ । ୨୦୧୨ ଅଲିମ୍ପିକ୍ସରେ ମଧ୍ୟରେ ଭାରତ ସମାନ ୬ଟି ପଦକ ଜିତିଥିଲା। ବଜରଙ୍ଗ ପୂର୍ବରୁ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂରେ ରବି କୁମାର ଦାହିୟା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ୨ ବର୍ଷ ପୂର୍ବେ ବଜରଙ୍ଗ ପ୍ରୋ ରେସଲିଂ ଲିଗ୍‌ରେ ଆଲିୟେଭଙ୍କୁ ହରାଇଥିଲେ । ଭାରତକୁ ଏବେ ଯାଏଁ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ସିଲଭର ଏବଂ ୪ ବ୍ରୋଞ୍ଜ ମିଳିଛି । ଆଜିର ମୁକାବିଲାରେ ବଜରଙ୍ଗ ଭଲ ଆରମ୍ଭ ହିଁ ପ୍ରତିପକ୍ଷ କାଜାକିସ୍ତାନ ରେସଲରଙ୍କ ଉପରେ ଭାରି ପଡିଥିଲେ । ଶେଷରେ ୮-୦ରେ ମାତ୍‌ ଦେଇଛନ୍ତି ବଜରଙ୍ଗ ପୁନିଆ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର