Masthead

ଓଡ଼ିଶାରେ ଶକ୍ତିଶାଳୀ ହେଉଛି ବିଆରଏସ୍

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ନିର୍ବାଚନ । ସମୟ ବହୁତ କମ୍ । ସଂଗଠନ ଗଢ଼ିବାକୁ ହେବ । ଓଡ଼ିଶାରେ ବିଆରଏସ୍ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗୁଛି । ବିଭିନ୍ନ ଦଳର ନେତା ଓ କର୍ମୀ ଏହି ଦଳରେ ସାମିଲ ହେଉଛନ୍ତି । ଓଡ଼ିଶାରେ ନିଜର ପତିଆରା ଜାହିର କରିବା ପାଇଁ ଗତ ୧୯ ତାରିଖରେ ଭୁବନେଶ୍ୱରରେ ହୋଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜୟରାମ ପାଙ୍ଗୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଗିରିଧର ଗମାଙ୍ଗ । ଏଥିରେ ଦଳର ଛାମୁଆ ସଙ୍ଗଠକମାନେ ଯୋଗ ଦେଇ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ ।

ବିଆରଏସ୍ ଆଗକୁ ବଢ଼ିବ । କାୟା ବିସ୍ତାର କରିବ । ତୃଣମୂଳ ସ୍ତରର କର୍ମୀଙ୍କୁ ଦଳରେ ସାମିଲ କରିବ । ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ପରିଶେଷରେ ଗଢ଼ା ହୋଇଥିଲା ଏକ କମିଟି । ସଭ୍ୟ ସଂଗ୍ରହ ଓ ଦଳରେ ନେତାଙ୍କ ଯୋଗ ଦାନ ଉପରେ କମିଟି କାର୍ଯ୍ୟ କରିବ । ସମଗ୍ର ଓଡ଼ିଶାରୁ ନେତା ଓ କର୍ମୀ ସଂଗ୍ରହ କରାଯିବ । ସଭ୍ୟ ସଂଖ୍ୟା ଯେପରି ଅଧିକ ହୁଏ ସେ ଦିଗରେ କାର୍ଯ୍ୟ କରାଯିବ ବୋଲି ନବ ଗଠିତ କମିଟି ନିଷ୍ପତ୍ତି ନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା