Masthead

ମାନସିକ ଆନ୍ତବାସୀଙ୍କୁ ନିର୍ଯାତନା ଘଟଣା, ସଂସ୍ଥାର ମାଲିକ ଗିରଫ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ନାମକୁ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର । କିନ୍ତୁ ବାସ୍ତବରେ କାଳ କୋଠରିରୁ କମ୍‌ ନ ଥିଲା । ଅନ୍ତେବାସୀଙ୍କୁ ଦିଆଯାଉଥିଲା ଅମାନୁଷିକ ନିର୍ଯାତନା । ମୁଥ, ବିଧା, ଗୋଇଠା, ବାଡ଼ି, ବେତରେ ନିର୍ଘାତ ପ୍ରହାର ହେଉଥିଲା । ହୃଦୟହୀନ କେୟାରଟେକର୍‌ ଓ ମାଲିକଙ୍କ ଅମାନବୀୟ ନିର୍ଯାତନାର ଭିଡିଓ ଭାଇରାଲ୍‌  ହେବା ପରେ ଫିଟିଛି ସମ୍ବଲପୁର ଧନୁପାଲି ନେତାଜୀ  ନଗରସ୍ଥିତ ‘ସମର୍ଥ’ ଅନୁଷ୍ଠାନର ଗୁମର । ସଂସ୍ଥାର ମାଲିକ ଗିରଫ । ଅଭିଯୁକ୍ତଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସେପଟେ ରେଙ୍ଗାଲି ବିଧାୟକଙ୍କ ନେତୃତ୍ୱରେ ଅନୁଷ୍ଠାନ ଉପରେ ରେଡ କରିଛି ପୋଲିସ । ସମ୍ବଲପୁର ଧନୁପାଲି ଥାନା ନେତାଜୀ ନଗର ଠାରେ ଚାଲିଥିବା ସମର୍ଥ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି ।

ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ସହାୟିକା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଭିଯୋଗ ଅନୁସାରେ ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଜାଗାରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି । ସେପଟେ ପ୍ରତିଦିନ ମାତ୍ରାଧିକ ନିଶା ଡୋଜ ଦେବାରୁ ତିନି ଦିନ ଧରି ଅଚେତ ହୋଇ ପଡୁଥିଲେ ଅନ୍ତେବାସୀ । ଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ମାଡ଼ ମାରି ଅଚେତ କରି ପକେଇ ଦେଉଥିଲେ । ଯାହାଦ୍ୱାରା ୯ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ତେବାସୀ କହୁଛନ୍ତି ।

ଘଟଣାଟି ସାମ୍ନାକୁ ଆସିବା ପରେ ସାଧାରଣରେ ନିନ୍ଦା କରାଯିବା ସହ ଅନ୍ତେବାସୀଙ୍କୁ ଥଇଥାନ କରାଯିବ ପାଇଁ ଦାବି କରାଯାଉଛି । ସମ୍ବଲପୁରରେ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ନିର୍ଯାତନା ଘଟଣା ସଂସ୍ଥାର ମାଲିକ ଗିରଫ । ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ‘ସମର୍ଥ’ ସଂପାଦକଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲାପାଳ । ଏନଜିଓକୁ କଳା ତାଲିକାଭୁକ୍ତ କରାଯିବ କହିଲେ ଜିଲ୍ଲାପାଳ। କମିଟି ଗଠନ କରି ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା