Masthead

ମାନସିକ ଆନ୍ତବାସୀଙ୍କୁ ନିର୍ଯାତନା ଘଟଣା, ସଂସ୍ଥାର ମାଲିକ ଗିରଫ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ନାମକୁ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର । କିନ୍ତୁ ବାସ୍ତବରେ କାଳ କୋଠରିରୁ କମ୍‌ ନ ଥିଲା । ଅନ୍ତେବାସୀଙ୍କୁ ଦିଆଯାଉଥିଲା ଅମାନୁଷିକ ନିର୍ଯାତନା । ମୁଥ, ବିଧା, ଗୋଇଠା, ବାଡ଼ି, ବେତରେ ନିର୍ଘାତ ପ୍ରହାର ହେଉଥିଲା । ହୃଦୟହୀନ କେୟାରଟେକର୍‌ ଓ ମାଲିକଙ୍କ ଅମାନବୀୟ ନିର୍ଯାତନାର ଭିଡିଓ ଭାଇରାଲ୍‌  ହେବା ପରେ ଫିଟିଛି ସମ୍ବଲପୁର ଧନୁପାଲି ନେତାଜୀ  ନଗରସ୍ଥିତ ‘ସମର୍ଥ’ ଅନୁଷ୍ଠାନର ଗୁମର । ସଂସ୍ଥାର ମାଲିକ ଗିରଫ । ଅଭିଯୁକ୍ତଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସେପଟେ ରେଙ୍ଗାଲି ବିଧାୟକଙ୍କ ନେତୃତ୍ୱରେ ଅନୁଷ୍ଠାନ ଉପରେ ରେଡ କରିଛି ପୋଲିସ । ସମ୍ବଲପୁର ଧନୁପାଲି ଥାନା ନେତାଜୀ ନଗର ଠାରେ ଚାଲିଥିବା ସମର୍ଥ ଥଇଥାନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିଛି ।

ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ସହାୟିକା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଭିଯୋଗ ଅନୁସାରେ ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଜାଗାରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି । ସେପଟେ ପ୍ରତିଦିନ ମାତ୍ରାଧିକ ନିଶା ଡୋଜ ଦେବାରୁ ତିନି ଦିନ ଧରି ଅଚେତ ହୋଇ ପଡୁଥିଲେ ଅନ୍ତେବାସୀ । ଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ମାଡ଼ ମାରି ଅଚେତ କରି ପକେଇ ଦେଉଥିଲେ । ଯାହାଦ୍ୱାରା ୯ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ତେବାସୀ କହୁଛନ୍ତି ।

ଘଟଣାଟି ସାମ୍ନାକୁ ଆସିବା ପରେ ସାଧାରଣରେ ନିନ୍ଦା କରାଯିବା ସହ ଅନ୍ତେବାସୀଙ୍କୁ ଥଇଥାନ କରାଯିବ ପାଇଁ ଦାବି କରାଯାଉଛି । ସମ୍ବଲପୁରରେ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ରରେ ନିର୍ଯାତନା ଘଟଣା ସଂସ୍ଥାର ମାଲିକ ଗିରଫ । ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ‘ସମର୍ଥ’ ସଂପାଦକଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲାପାଳ । ଏନଜିଓକୁ କଳା ତାଲିକାଭୁକ୍ତ କରାଯିବ କହିଲେ ଜିଲ୍ଲାପାଳ। କମିଟି ଗଠନ କରି ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା