Masthead

ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷ-ୟୁକ୍ରେନ ଯୁଦ୍ଧବିରତି ନେଇ ଟ୍ରମ୍ପ୍-ପୁଟିନ୍‌ଙ୍କ ଆଲୋଚନା । ରୁଷ ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥାହେଲେ ଡୋନାଲ୍ଡ ଟ୍ରମ୍ପ୍ । ପୁଟିନ୍‌ଙ୍କ ସହ ଦୁଇ ଘଣ୍ଟା ଧରି କଥା ହୋଇଥିବା କହିଲେ ଟ୍ରମ୍ପ୍ । ରୁଷ-ୟୁକ୍ରେନ ଖୁବ୍‌ଶୀଘ୍ର ଯୁଦ୍ଧର ଅନ୍ତ ନେଇ କଥାହେବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଭ୍ଲାଦିମିର ପୁଟିନ୍‌ଙ୍କ ସହ ୨ ଘଣ୍ଟା ଆଲୋଚନା କରିଛନ୍ତି।

ଯୁଦ୍ଧ ବନ୍ଦ ଦିଗରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ପୁଟିନ୍‌ କହିଥିବା ଜଣାପଡ଼ିଛି। ପୁଟିନ୍‌ କହିଛନ୍ତି ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ। ବୁଝାମଣା ଉଭୟ ପକ୍ଷକୁ ସୁହାଇଲା ଭଳି ହେବା ଆବଶ୍ୟକ । ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସପ୍ତାହ ଶେଷ ସୁଦ୍ଧା ଯୁଦ୍ଧବିରତି ନେଇ ଆଶାବ୍ୟକ୍ତ କରିଛନ୍ତି। ଏନେଇ ସେ ନାଟୋ ନେତାମାନଙ୍କ ସହ ଆଲୋଚନା କରିବାକୁ ଉଦ୍ୟମ କରିବେ। ତେବେ ବୁଝାମଣାକୁ ପୁଟିନ୍‌ ଗମ୍ଭୀର ଭାବେ ନେଉ ନ ଥିବା ଯଦି ଟ୍ରମ୍ପ୍‌ ଅନୁଭବ କରନ୍ତି, ତେବେ ସେ ନିଜ ଉଦ୍ୟମରୁ ଓହରିଯିବେ ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର