Masthead

ଭେଣ୍ଟିଲେଟର ପ୍ରସ୍ତୁତ କଲେ ବିଟେକ ଛାତ୍ର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ମହାମାରୀ ସମୟରେ ଯେଭଳି ଅକ୍ସିଜେନ ଅଭାବରୁ ରୋଗୀର ମୃତ୍ୟୁ ନହେଉ ସେହି ଉଦ୍ଦେଶ୍ୟରେ ଅନନ୍ୟ ପ୍ରସ୍ତୁତ କରିଛନ୍ତି ଭେଣ୍ଟିଲେଟର । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲକଡ଼ାଉନ ସମୟରେ ଅଧ୍ୟାପକଙ୍କ ପରାମର୍ଶକ୍ରମେ ଅକ୍ଳାନ୍ତ ପରିଶ୍ରମ କରି ଭେଣ୍ଟିଲେଟର ପ୍ରସ୍ତୁତ କରିଥିବା କହିଛନ୍ତି ଅନନ୍ୟ । ଭେଣ୍ଟିଲେଟର ପ୍ରସ୍ତୁତ କଲେ ବିଟେକ ଛାତ୍ର ଅନନ୍ୟ ଅପ୍ରମ୍ୟ । ସେ ଭୁବନେଶ୍ୱରର ଏକ ଘରୋଇ ଇଜିଂନିୟରି କଲେଜରେ ଆଇଟି ବିଭାଗରେ ତୃତୀୟ ବର୍ଷର ଛାତ୍ର । ତାଙ୍କ ଘର ଭଞ୍ଜନଗର ସହରରେ ।

ଅଧ୍ୟାପକଙ୍କ ନିର୍ଦ୍ଦେଶକ୍ରମେ ୮ଜଣିଆ ଟିମର ନେତୃତ୍ୟ ନେଇ ଅନନ୍ୟ ୪ମାସରେ ଭେଣ୍ଟିଲେଟର ପ୍ରସ୍ତୁତ କରିଛନ୍ତି । ଅକ୍ସିଜେନ ହୁଡ଼, ନେକସିଲ, ବ୍ୟାକ୍ଟେରିଆଲ ଫିଲଟର, ପିପ୍ଭଲ୍ୱ, ଥ୍ରୀୱେ କନେକ୍ଟର, ଟବିଂସର୍କିଟ, ଆମ୍ବୁବେଗକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ସ୍ୱଦେଶୀ ଭେଣ୍ଟିଲେଟର । ସବୁଠାରୁ ବଡ଼ କଥା ହେଉଛି ଯେ ସମଗ୍ର ଭାରତ ବର୍ଷ ଲକଡ଼ାଉନ ଥିବା ସମୟରେ ଏସବୁ ସାମଗ୍ରୀ ସଂଗ୍ରହ କରି ଭେଣ୍ଟିଲେଟର ପ୍ରସ୍ତୁତି ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଉଛି । ତାଙ୍କ ସଫଳତାରେ ପରିବାର ଲୋକ ବେଶ ଖୁସି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ