Masthead

ପରକୀୟା ପ୍ରୀତିର କରୁଣ ପରିଣତି

ପ୍ରେମିକାର ଗଳା କାଟିଲା ପ୍ରେମିକ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପରକୀୟା ପ୍ରୀତି କେତେ ଯେ ଭୟଙ୍କର ଗଞ୍ଜାମ ଜିଲ୍ଲା ବାଲିପଦର ଅଞ୍ଚଳରେ ଦେଖିବାକୁ ମିଳିଛି । ବିବାହିତା ପ୍ରେମିକା ଏବଂ ତାଙ୍କ ପୁଅର ଗଳା କାଟିଦେଇଛି ପ୍ରେମିକ । ଏତିକିରେ ମନ ବୁଝିଲାନି ଯେ ଶେଷରେ ନିଜ ଗଳା କାଟିବାକୁ ପଛାଇନି ପାଗଳ ପ୍ରେମିକ । ଗୁରୁତର ମହିଳା ଏବଂ ତାଙ୍କ ପୁଅଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକ ରୂପନାରାୟଣକୁ ଅଟକ ରଖିଛି ପୋଲିସ ।

ଅଭିଯୁକ୍ତ ରୂପନାରାୟଣ ଜଣେ ଇଲେକ୍ଟି ଇଞ୍ଜିନିୟର । ମହିଳାଙ୍କ ସ୍ୱାମୀ ଢ଼େଙ୍କାନାଳରେ ତାଙ୍କ ସହ କାମ କରୁଥିଲେ । ସେଠାରେ ରୂପନାରାୟଣ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଅଢ଼େଇବର୍ଷ ହେବ ସ୍ୱାମୀଙ୍କ ସହ ଗାଁରେ ଆସି ରହିଥିଲେ ସୁଦ୍ଧା ମହିଳାଙ୍କ ପାଖକୁ ଯିବା ଆସିବା କରୁଥିଲେ ପ୍ରେମିକ ରୂପନାରାୟଣ ।

ସେମବାର ବିବାହିତା ପ୍ରେମିକାଙ୍କ ଫୋନ ନଲାଗିବାରୁ ସିଧା ଆସି ଘରେ ପହଞ୍ଚିଯାଇଥିଲେ ପ୍ରେମିକ । ସାମାନ୍ୟ କଥାକୁ ନେଇ ବଚସା ହେବାରୁ ଘଟିଥିଲା ଅପ୍ରୀତିକର ପରିସ୍ଥିତି । ପ୍ରେମିକା ଓ ତାଙ୍କ ପୁଅର ଗଳା କାଟିବା ପରେ ନିଜର ଗଳାକୁ କାଟି ଫେରାର ହୋଇଯାଉଥିବା ବେଳେ ଗାଁଲୋକେ କାବୁ କରି ନେଇଥିଲେ । ଉତ୍ତମ ମଧ୍ୟମ ଦେବା ପରେ ଅଭିଯୁକ୍ତକୁ ପୋଲିସ ଜିମା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ