Masthead

ପରକୀୟା ପ୍ରୀତିର କରୁଣ ପରିଣତି

ପ୍ରେମିକାର ଗଳା କାଟିଲା ପ୍ରେମିକ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପରକୀୟା ପ୍ରୀତି କେତେ ଯେ ଭୟଙ୍କର ଗଞ୍ଜାମ ଜିଲ୍ଲା ବାଲିପଦର ଅଞ୍ଚଳରେ ଦେଖିବାକୁ ମିଳିଛି । ବିବାହିତା ପ୍ରେମିକା ଏବଂ ତାଙ୍କ ପୁଅର ଗଳା କାଟିଦେଇଛି ପ୍ରେମିକ । ଏତିକିରେ ମନ ବୁଝିଲାନି ଯେ ଶେଷରେ ନିଜ ଗଳା କାଟିବାକୁ ପଛାଇନି ପାଗଳ ପ୍ରେମିକ । ଗୁରୁତର ମହିଳା ଏବଂ ତାଙ୍କ ପୁଅଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପ୍ରେମିକ ରୂପନାରାୟଣକୁ ଅଟକ ରଖିଛି ପୋଲିସ ।

ଅଭିଯୁକ୍ତ ରୂପନାରାୟଣ ଜଣେ ଇଲେକ୍ଟି ଇଞ୍ଜିନିୟର । ମହିଳାଙ୍କ ସ୍ୱାମୀ ଢ଼େଙ୍କାନାଳରେ ତାଙ୍କ ସହ କାମ କରୁଥିଲେ । ସେଠାରେ ରୂପନାରାୟଣ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଅଢ଼େଇବର୍ଷ ହେବ ସ୍ୱାମୀଙ୍କ ସହ ଗାଁରେ ଆସି ରହିଥିଲେ ସୁଦ୍ଧା ମହିଳାଙ୍କ ପାଖକୁ ଯିବା ଆସିବା କରୁଥିଲେ ପ୍ରେମିକ ରୂପନାରାୟଣ ।

ସେମବାର ବିବାହିତା ପ୍ରେମିକାଙ୍କ ଫୋନ ନଲାଗିବାରୁ ସିଧା ଆସି ଘରେ ପହଞ୍ଚିଯାଇଥିଲେ ପ୍ରେମିକ । ସାମାନ୍ୟ କଥାକୁ ନେଇ ବଚସା ହେବାରୁ ଘଟିଥିଲା ଅପ୍ରୀତିକର ପରିସ୍ଥିତି । ପ୍ରେମିକା ଓ ତାଙ୍କ ପୁଅର ଗଳା କାଟିବା ପରେ ନିଜର ଗଳାକୁ କାଟି ଫେରାର ହୋଇଯାଉଥିବା ବେଳେ ଗାଁଲୋକେ କାବୁ କରି ନେଇଥିଲେ । ଉତ୍ତମ ମଧ୍ୟମ ଦେବା ପରେ ଅଭିଯୁକ୍ତକୁ ପୋଲିସ ଜିମା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା