Masthead

ଆଜିଠୁ ୫ ଦିନିଆ ରିମାଣ୍ଡରେ ବୁଖାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ୫ ଦିନଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀ । ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଦେଇଛନ୍ତି ଅନୁମତି । ଆତଙ୍କୀ ଲିଙ୍କ ଏବଂ ଓଡ଼ିଶାରେ ଅପରାଧୀ ସାମ୍ରାଜ୍ୟର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ତିନୋଟି ଟିମ୍ କରିବେ ମାରାଥନ ଜେରା । କେବେ ଓ କେମିତି ଆତଙ୍କୀ ଲିଙ୍କରେ ଆସିଥିଲା ବୁଖାରୀ ହେବ ଛାନଭିନ । କ୍ରାଇମବ୍ରାଞ୍ଚ ଏସଟିଏଫ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି ୫ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଆଜି ସୟିଦ୍ ବୁଖାରୀକୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ବୁଖାରୀକୁ ୨ ନେପାଳୀ ମହିଳାଙ୍କୁ ବିବାହ କରି ସେମାନଙ୍କ ଫୋନରେ ପାକିସ୍ତାନକୁ ତଥ୍ୟ ଯୋଗାଉଥିଲା ବୁଖାରୀ ବୋଲି ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପୂର୍ବରୁ ସେ ୭ଜଣଙ୍କୁ ବିବାହ କରିଥିବା ବେଳେ ଆଉ ୧୨ଜଣଙ୍କୁ ବିବାହ କରିବାକୁ ଯୋଜନା କରିଥିଲା ବୁଖାରୀ । ଏପରିକି ମହିଳାଙ୍କୁ ବିବାହ କରିବା ପରେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଉଥିଲା । ସେପଟେ ପୂର୍ବରୁ ବୁଖାରୀର ଭାଇକୁ କାଶ୍ମୀର ପୁଲିସ ଗିରଫ କରିଛି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି