Masthead

ଆଜିଠୁ ୫ ଦିନିଆ ରିମାଣ୍ଡରେ ବୁଖାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ୫ ଦିନଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀ । ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଦେଇଛନ୍ତି ଅନୁମତି । ଆତଙ୍କୀ ଲିଙ୍କ ଏବଂ ଓଡ଼ିଶାରେ ଅପରାଧୀ ସାମ୍ରାଜ୍ୟର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ତିନୋଟି ଟିମ୍ କରିବେ ମାରାଥନ ଜେରା । କେବେ ଓ କେମିତି ଆତଙ୍କୀ ଲିଙ୍କରେ ଆସିଥିଲା ବୁଖାରୀ ହେବ ଛାନଭିନ । କ୍ରାଇମବ୍ରାଞ୍ଚ ଏସଟିଏଫ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ ବି ୫ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଆଜି ସୟିଦ୍ ବୁଖାରୀକୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ବୁଖାରୀକୁ ୨ ନେପାଳୀ ମହିଳାଙ୍କୁ ବିବାହ କରି ସେମାନଙ୍କ ଫୋନରେ ପାକିସ୍ତାନକୁ ତଥ୍ୟ ଯୋଗାଉଥିଲା ବୁଖାରୀ ବୋଲି ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପୂର୍ବରୁ ସେ ୭ଜଣଙ୍କୁ ବିବାହ କରିଥିବା ବେଳେ ଆଉ ୧୨ଜଣଙ୍କୁ ବିବାହ କରିବାକୁ ଯୋଜନା କରିଥିଲା ବୁଖାରୀ । ଏପରିକି ମହିଳାଙ୍କୁ ବିବାହ କରିବା ପରେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଉଥିଲା । ସେପଟେ ପୂର୍ବରୁ ବୁଖାରୀର ଭାଇକୁ କାଶ୍ମୀର ପୁଲିସ ଗିରଫ କରିଛି ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ