Masthead

ପହିଲାରୁ ଗଡ଼ିବନି କୌଣସି ଜିଲ୍ଲାରେ ବସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାର ଦାବି ନଶୁଣିଲେ ପୁଣି ହେବ ବସ୍ ଧର୍ମଘଟ । ଡିସେମ୍ବର ୧ରୁ ଗଡିବ ନାହିଁ ବସ୍ । ରାଜ୍ୟର କୌଣସି ଜିଲ୍ଲାରେ ବସ୍ ଚଳାଚଳ କରିବ ନାହିଁ । ଧର୍ମଘଟ ପୂର୍ବରୁ ବିଧାନସଭା ଆଗରେ ଧାରଣା ଦେବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ରୁ ଲୋୟର ପିଏମଜିରେ ଧାରଣା ଦେବେ ହଜାରେରୁ ଅଧିକ ବସ୍ ମାଲିକ । ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯିବ । ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି ।

ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ବାରମ୍ବାର ଧର୍ମଘଟ ଡାକରା ଦେଇଛି ସଂଘ । ଆଉ ଧର୍ମଘଟ ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପୂର୍ବରୁ ୧ରେ କଳାହାଣ୍ଡିରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ ପରେ ବସ୍ ଗଡିବ ନାହି ବୋଲି ଚେତାବନୀ ଦେଇଥିଲା ସଂଘ । ଯଦି ବ୍ଲକରୁ ଜିଲ୍ଲାରୁ ବସ୍ ଗଡିବ ତାହାହେଲେ ଭବାନୀପାଟଣାରେ ୨୪ ଘଂଟା ଘରୋଇ ବସ ଚଳାଚଳ କରିବ ନାହିଁ ବୋଲି ବସ୍ ମାଲିକ ସଂଘ ଚେତାବନୀ ଦେଇଥିଲା । ଏଥିରେ ୧୦ଟି ଜିଲ୍ଲା ବି ସାମିଲ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ