ପହିଲାରୁ ଗଡ଼ିବନି କୌଣସି ଜିଲ୍ଲାରେ ବସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାର ଦାବି ନଶୁଣିଲେ ପୁଣି ହେବ ବସ୍ ଧର୍ମଘଟ । ଡିସେମ୍ବର ୧ରୁ ଗଡିବ ନାହିଁ ବସ୍ । ରାଜ୍ୟର କୌଣସି ଜିଲ୍ଲାରେ ବସ୍ ଚଳାଚଳ କରିବ ନାହିଁ । ଧର୍ମଘଟ ପୂର୍ବରୁ ବିଧାନସଭା ଆଗରେ ଧାରଣା ଦେବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ରୁ ଲୋୟର ପିଏମଜିରେ ଧାରଣା ଦେବେ ହଜାରେରୁ ଅଧିକ ବସ୍ ମାଲିକ । ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯିବ । ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି ।

ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ବାରମ୍ବାର ଧର୍ମଘଟ ଡାକରା ଦେଇଛି ସଂଘ । ଆଉ ଧର୍ମଘଟ ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପୂର୍ବରୁ ୧ରେ କଳାହାଣ୍ଡିରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ ପରେ ବସ୍ ଗଡିବ ନାହି ବୋଲି ଚେତାବନୀ ଦେଇଥିଲା ସଂଘ । ଯଦି ବ୍ଲକରୁ ଜିଲ୍ଲାରୁ ବସ୍ ଗଡିବ ତାହାହେଲେ ଭବାନୀପାଟଣାରେ ୨୪ ଘଂଟା ଘରୋଇ ବସ ଚଳାଚଳ କରିବ ନାହିଁ ବୋଲି ବସ୍ ମାଲିକ ସଂଘ ଚେତାବନୀ ଦେଇଥିଲା । ଏଥିରେ ୧୦ଟି ଜିଲ୍ଲା ବି ସାମିଲ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ