Masthead

୨ ଦିନରେ ୬ଥର ଭୂ-କମ୍ପ ଝଟକା

ଗୌହାଟି (ବଡ଼ ଖବର ବ୍ୟୁରୋ): ପୁଣି ଭୂ-କମ୍ପରେ ଥରିଲା ଆସାମ । ୨ ଦିନ ମଧ୍ୟରେ ୬ରୁ ଅଧିକ ଥର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି ।ବୁଧବାର ଆସାମର ସୋନିତପୁରରେ ବଡ଼ ଧରଣର ଭୂ-କମ୍ପ ହୋଇଥିଲା । । ରିକ୍ଟର ସ୍କେଲରେ ତୀବ୍ରତା ୬.୪ ରହିଥିଲା । ପଶ୍ଚିମବଙ୍ଗ ସମେତ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲଦାଖରେ ୪.୫, ହରିୟାଣାରେ ୩.୦, ଆଫଗାନିସ୍ତାନରେ ୪.୧ ତୀବ୍ରତା ଅନୁଭୂତ ହୋଇଥିଲା ।

କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ୬ ଥର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି । ଭୂ-କମ୍ପର ପ୍ରଥମ ତିବ୍ରତା ୪.୬ଥିବା ରେକର୍ଡ ହୋଇଛି । ସେହିପରି ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ୧୨.୨୪ମିନିଟ୍, ୧.୧୦ ମିନିଟ, ୧.୨୦ ମିନିଟ୍, ୧.୪୧ ମିନିଟ୍, ୧.୫୨ ମିନିଟ୍ ଏବଂ ୨.୩୮ ମିନିଟରେ ଝଟକା ଆସିଥିଲା । ସମସ୍ତ ଭୂକମ୍ପର ତୀବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା ।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଏହି ଝଟକାରେ ବିହାର ଓ ଉତ୍ତର ବଙ୍ଗଳାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ସହ ବଡ ବଡ କୋଠା ମଧ୍ୟ ବଙ୍କା ହୋଇଯାଇଛି। ଆସାମରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ କେବଳ ରାସ୍ତାଘାଟ, କୋଠା, ଘର ହିଁ ଭାଙ୍ଗିବା ସହ ରାଜ୍ୟର ଉଦଲଗୁରୀ ପାହାଡ ଭୁଶୁଡି ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!