Masthead

୨ ଦିନରେ ୬ଥର ଭୂ-କମ୍ପ ଝଟକା

ଗୌହାଟି (ବଡ଼ ଖବର ବ୍ୟୁରୋ): ପୁଣି ଭୂ-କମ୍ପରେ ଥରିଲା ଆସାମ । ୨ ଦିନ ମଧ୍ୟରେ ୬ରୁ ଅଧିକ ଥର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି ।ବୁଧବାର ଆସାମର ସୋନିତପୁରରେ ବଡ଼ ଧରଣର ଭୂ-କମ୍ପ ହୋଇଥିଲା । । ରିକ୍ଟର ସ୍କେଲରେ ତୀବ୍ରତା ୬.୪ ରହିଥିଲା । ପଶ୍ଚିମବଙ୍ଗ ସମେତ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲଦାଖରେ ୪.୫, ହରିୟାଣାରେ ୩.୦, ଆଫଗାନିସ୍ତାନରେ ୪.୧ ତୀବ୍ରତା ଅନୁଭୂତ ହୋଇଥିଲା ।

କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ୬ ଥର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି । ଭୂ-କମ୍ପର ପ୍ରଥମ ତିବ୍ରତା ୪.୬ଥିବା ରେକର୍ଡ ହୋଇଛି । ସେହିପରି ରାତି ୧୨ଟା ପରେ ଗୋଟିଏ ପରେ ଗୋଟିଏ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମ ୧୨.୨୪ମିନିଟ୍, ୧.୧୦ ମିନିଟ, ୧.୨୦ ମିନିଟ୍, ୧.୪୧ ମିନିଟ୍, ୧.୫୨ ମିନିଟ୍ ଏବଂ ୨.୩୮ ମିନିଟରେ ଝଟକା ଆସିଥିଲା । ସମସ୍ତ ଭୂକମ୍ପର ତୀବ୍ରତା ୪.୬, ୨.୭ , ୨.୩ ଏବଂ ୨.୭ ମଧ୍ୟରେ ରହିଥିଲା ।

ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଏହି ଝଟକାରେ ବିହାର ଓ ଉତ୍ତର ବଙ୍ଗଳାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରାସ୍ତାରେ ଫାଟ ସୃଷ୍ଟି ହୋଇଥିବା ସହ ବଡ ବଡ କୋଠା ମଧ୍ୟ ବଙ୍କା ହୋଇଯାଇଛି। ଆସାମରେ ହୋଇଥିବା ୬.୪ ତୀବ୍ରତାର ଭୂକମ୍ପରେ କେବଳ ରାସ୍ତାଘାଟ, କୋଠା, ଘର ହିଁ ଭାଙ୍ଗିବା ସହ ରାଜ୍ୟର ଉଦଲଗୁରୀ ପାହାଡ ଭୁଶୁଡି ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ