Masthead

ଜନତାଙ୍କ ସାମ୍ନାରେ ନିଜ ଭୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି ମୋଦି: ଗୌରବ ଗୋଗୋଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଗୃହରେ ଲାଗିରହିଛି ହଟ୍ଟଗୋଳ । ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ସେ କହିଛନ୍ତି ‘ମଣିପୁରର ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ’ । ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେ ବିଫଳ ହୋଇଛି । ବିଜେପି କରୁଥିବା ରାଜନୀତି ହେତୁ ଆଜି ମଣିପୁର ଦୁଇଫାଳ ହୋଇଛି । ମଣିପୁରରେ ଆଜି ବି ଇଣ୍ଟରନେଟ ସେବା ବିଛିନ୍ନ, ସ୍କୁଲ ଯାଇ ପାରୁନାହାନ୍ତି ଛାତ୍ରଛାତ୍ରୀ । ଯଦି ଭିଡ଼ିଓ ଭାଇରାଲ ହୋଇନଥାନ୍ତା ତେବେ ପ୍ରଧାନମନ୍ତ୍ରୀ ଏବେ ମଧ୍ୟ ଚୁପ୍ ରହିଥାନ୍ତେ । ପ୍ରଧାନମନ୍ତ୍ରୀ ଚୁପ ରହିବାର କାରଣ ରାଜ୍ୟ ସରକାରଙ୍କ ଛବି ଖରାପ ନହେଉ । କେନ୍ଦ୍ର ସରକାରଙ୍କ ଗୃହବିଭାଗ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସମସ୍ତେ ବିଫଳ ହୋଇଛନ୍ତି । ମଣିପୁରବାସୀଙ୍କ ଦାବି ତାଙ୍କୁ ନ୍ୟାୟ ମିଳୁ । ପ୍ରଧାନମନ୍ତ୍ରୀ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି । ମୌନ ରହିବାକୁ ପସନ୍ଦ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜନତାଙ୍କ ସାମ୍ନାରେ ନିଜ ଭୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି ମୋଦି ।

ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିବା ମହିଳା କୁସ୍ତିଯୋଦ୍ଧା ଯେତେବେଳେ ସଡକରେ ବିରୋଧ କରୁଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ । କୃଷି ଆନ୍ଦୋଳନରେ ୭୫୦ ଚାଷୀ ଭାଇଙ୍କ ଜୀବନ ଯାଇଥିଲା ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ ।ଦିଲ୍ଲୀରେ ହିଂସା ବେଳେ ପ୍ରଧାନମନ୍ତ୍ରୀ ଚୁପ ଥିଲେ । ଅଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀ ଚୁପ ଥିଲେ । ପୁଲୱାମା ଘଟଣା ପୂର୍ବରୁ ସେନା ଯବାନଙ୍କ ପାଇଁ ସୁରକ୍ଷା ମାଗିଥିଲେ ପୂର୍ବତନ ରାଜ୍ୟପାଳ । କିନ୍ତୁ କୌଣସି ସୁରକ୍ଷା ମିଳିନଥିଲା । ରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ ରହିଥିଲେ । ମଣିପୁରରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିଲା କିନ୍ତୁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଭୋଟ ମାଗୁଥିଲେ । ଏଭଳି କଡ୍ଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ