Masthead

ଦିବ୍ୟାଙ୍ଗ ବସ୍ ଲୁଟେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜ୍ । ବର୍ତ୍ତମାନ ଲୁଟେରାଙ୍କ ନଜର ପଡିଛି ବସ୍ ଉପରେ । ବସ୍‌ ଚୋରି କରି କମିଶନରେଟ ପୁଲିସକୁ ଭୂଆଁ ବୁଲାଉଥିବା କୁଖ୍ୟାତ ଲୁଟେରା ଆଉ ଏକ ଲୁଟ୍ ଘଟାଇ ପୋଲିସକୁ ଚ୍ୟାଲେଞ୍ଜ ଦେଇଛି । ଭୁବନେଶ୍ୱରରୁ ବସ୍‌ ଚୋରି କରି ବ୍ରହ୍ମପୁରରେ ଛାଡ଼ି ଫେରାର ହୋଇଯାଇଛି କୁଖ୍ୟାତ ଦିବ୍ୟାଙ୍ଗ ଲୁଟେରା ଜ୍ଞାନରଞ୍ଜନ ସାହୁ। ଚୋରି ବସ୍ ଉଦ୍ଧାର ହୋଇଥିବା ବେଳେ ଜ୍ଞାନରଞ୍ଜନକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି । ମାତ୍ର ୧୫ଦିନ ତଳେ ଜେଲରୁ ମୁକୁଳିଥିବା ଜ୍ଞାନରଞ୍ଜନ ପୁଣି ପୋଲିସର ମୁଣ୍ଡ ବ୍ୟଥା ବଢାଇ ଦେଇଛି ।

ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ରହୁଥିବା କିଶୋର ଚନ୍ଦ୍ର ଦାସଙ୍କ ଦାସ‌ ଆଣ୍ଡ୍‌ ଦାସ (ଓଆର୍‌ ୦୨ଏଏଚ୍‌-୯୪୯୧) ବସ୍‌ ୧୪ତାରିଖ ସକାଳେ ଚୋରି ହୋଇଥିଲା। ଶ୍ରୀ ଦାସ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ନମ୍ବର୍‌ ବସ୍‌ଟି ବ୍ରହ୍ମପୁର ବଡ଼ ବଜାର ଥାନା ଫାଷ୍ଟଗେଟ୍‌ ରାସ୍ତା କଡ଼ରେ ଛିଡ଼ା ହୋଇଥିବାର ଦେଖିଥିଲା । ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଛି। ଜ୍ଞାନରଞ୍ଜନ ବସକୁ ଚୋରି କରି ନେଉଥିବା ଫୁଟେଜରୁ ଜଣାପଡ଼ିଥିଲା। ନକଲି ଚାବିରେ ବସ୍ ଷ୍ଟାର୍ଟ କରି ସେ ଚୋରି କରି ନେଇଥିବା ଜଣାପଡ଼ିଛି। ଚୋରି କରିବା ସମୟରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ବସ୍‌ର ପିଛା କରିଥିଲେ ମଧ୍ୟ ସେ ଦ୍ରୁତ ଗତିରେ କଟକ ଅଭିମୁଖେ ପଳାଇ ଯାଇଥିଲା। ଚାଉଳିଆଗଞ୍ଜ ଥାନା ପୁଲିସ ଓଏମପି ଛକ ପାଖରେ ଏକ ଟ୍ରକକୁ ରାସ୍ତା ମଝିରେ ଛିଡ଼ା କରିବା ପରେ ବସଟି ଧକ୍କା ଦେଇଥିଲା। ଏହି ସମୟରେ ଜ୍ଞାନରଞ୍ଜନକୁ କାବୁ କରିବା ସହ ପୋଲିସ ବସ୍ ଉଦ୍ଧାର କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ