Masthead

‘୨୦୨୪ ସୁଦ୍ଧା ଆଉ ଛଅ ହଜାର କିମି ରାସ୍ତା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୨୦୧୯ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ଲକ୍ଷ୍ୟ ପୂରଣ ନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏବଂ ସଚିବ ସଞ୍ଜୟ ସିଂ ଦେଲେ ସୂଚନା। କହିଲେ ବିଜୁ ସେତୁ ଯୋଜନାରେ ୭୫୦ଟି ସେତୁ ନିର୍ମାଣର ଲକ୍ଷ୍ୟ ଥିବାବେଳେ ୬୭୯ଟି ସେତୁ ନିର୍ମାଣ ସରିଛି।୨୦୨୪ସୁଦ୍ଧା ମୋଟ ୯୦୦ଟି ସେତୁ ନିର୍ମାଣ ସରିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧିନରେ ୩୦୦୦ହଜାର କିମି ସଡ଼କ ନିର୍ମାଣ ପ୍ରସ୍ତାବ ରହିଥିବା ବେଳେ ୬୨୪୭ କି ମି ଦୀର୍ଘ ରାସ୍ତା ନିର୍ମାଣ ହୋଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ଛଅ ହଜାର କିମି ରାସ୍ତା ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୪୩ହଜାର କିମି ମଧ୍ୟରୁ ୩୩୩୨୬ କିମି ରାସ୍ତାର ଉନ୍ନତିକରଣ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ବାଡି ନିର୍ମାଣ ହୋଇଛି।୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ମୁକ୍ତରାସ୍ତା ଏବଂ ଗମନାଗମନ କୁ ସୁନିଶ୍ଚିତ କରିବା ପାଇଁ ୫୦ହଜାର କିମି ରାସ୍ତାର ଗୁଣବତ୍ତା ରେ ଉନ୍ନତି ଆଣିବାକୁ ବିଭାଗ ଚେଷ୍ଟା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ