Masthead

୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ

ଆସିଲା ୪ରାଜ୍ୟର ଉପ ନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆସିଲା ୪ରାଜ୍ୟର ଉପ ନିର୍ବାଚନର ଫଳାଫଳ । ଜୁନ୧୯ରେ ୪ଟି ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ହୋଇଥିଲା ଭୋଟ୍ । ପଞ୍ଜାବ, ଗୁଜରାଟ, କେରଳ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ହୋଇଥିଲା ବାଇ ଇଲେକ୍ସନ । ଆଜି ହୋଇଥିଲା ଭୋଟ ଗଣତି । ପ୍ରକାଶ ପାଇଛି ଉପ ନିର୍ବାଚନର ରେଜଲ୍ଟ ।

ପଞ୍ଜାବ, କେରଳ ଓ ପଶ୍ଚିମବଙ୍ଗରେ ଗୋଟିଏ ଲାଖାଏଁ ଆସନ ପାଇଁ ମତଦାନ ହୋଇଥିବା ବେଳେ ଗୁଜୁରାଟ ରାଜ୍ୟରେ ୨ଟି ଆସନ ପାଇଁ ପଡିଥିଲା ଭୋଟ୍ । କେରଳରେ ଥିବା ବାମପନ୍ଥୀ ଦଳ ସରକାର ବିରୋଧରେ ପଡିଛି ଭୋଟ । ନିଲାମ୍ବୁର ଆସନରୁ ବିଜୟ ହାସଲ କରିଛନ୍ତି କଂଗ୍ରେସର ଆର୍ଯ୍ୟଦାନ ସୌକଥ । ବାମପନ୍ଥୀ ଦଳର ପ୍ରତିଦ୍ୱନ୍ଦୀ ଏମ୍ ସ୍ୱରାଜଙ୍କୁ ୧୧ହଜାର ୭୭ଖଣ୍ଡ ଭୋଟରେ ଆର୍ଯ୍ୟଦାନ ପରାସ୍ତ କରିଛନ୍ତି ।

ପଞ୍ଜାବର ଲୁଧିଆନା ୱେଷ୍ଟରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟିର ସଞ୍ଜୀବ ଆରୋରା ୧୦ହଜାର ୬୩୭ଖଣ୍ଡ ଭୋଟରେ ବାଜିମାତ କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ଆଲିଫା ଅହମ୍ମଦ୍ ପଦ୍ମ ଦଳର ଆଶିଷ ଘୋଷଙ୍କୁ ୫୦ହଜାର ୪୯ଖଣ୍ଡ ଭୋଟରେ କରିଛନ୍ତି ପରାସ୍ତ ।

ସେପଟେ ଗୁଜରାଟ ଦେଖିଛି କରବା ମର ପରିସ୍ଥିତି । ବିଜେପି ଗଡରେ ଝାଡୁ ଦେଖାଇଛି କମାଲ । କାଡ଼ି ଆସନରୁ ୪୯ହଜାର ୪୫୨ଖଣ୍ଡ ଭୋଟରେ ଭାରତୀୟ ଜନତା ପାର୍ଟିର ରାଜେନ୍ଦ୍ର କୁମାର ଦାନେଶ୍ୱର ଚାଭଡା ବିଜୟୀ ହାସଲ କରିଥିବା ବେଳେ ବିସାବାଦର ଆସନରେ ବୋହିଥିଲା ସରକାର ବିରୋଧୀ ହାୱା । ବିସାବାଦର କ୍ଷେତ୍ରରୁ ୧୭ହଜାର ୫୫୪ଖଣ୍ଡ ଭୋଟରେ ଇଟାଲୀଆ ଗୋପାଳ ବିଜେପିକୁ ଚେକ୍ ଦେଇ ଆମ ଆଦମୀ ପାର୍ଟିକୁ ଦେଇଥିଲେ ବିଜୟ । ଏହି ଉପ ନିର୍ବାଚନର ଫଳାଫଳ ଦେଶର ରାଜନୀତିକୁ ଦେଇଛି ବଡ ବାର୍ତ୍ତା । କେମିତି ହୋଇପାରେ ଜନମତ ତାହା ଲୋକେ ଦେଖାଇଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ