ସିଏଏ କାର୍ଯ୍ୟାନ୍ୱୟର ବିଷୟ ସେମିତି ମୋ ଫାଟିରୁ ଖସି ଯାଇଥିଲା: ଶାନ୍ତନୁ ଠାକୁର

କୋଲକାତା (ବଡ଼ ଖବର ବ୍ୟୁରୋ): ଏକ ସପ୍ତାହ ମଧ୍ୟରେ ସାରା ଦେଶରେ ସିଏଏ ଲାଗୁ ହେବ । ଗତ ସପ୍ତାହରେ କହିଥିଲେ ପଶ୍ଚିମବଙ୍ଗର ବିଜେପି ଲୋକସଭା ଏମପି ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର । ତେବେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଶାନ୍ତନୁ । କୋଲକାତାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶାନ୍ତନୁ ଠାକୁର କହିଛନ୍ତି ଖୁବଶୀଘ୍ର ସିଏଏ କାର୍ଯ୍ୟକାରୀ ହେବ।

ଜାନୁୟାରୀ ୨୯ରେ ଦେଇଥିବା ମନ୍ତବ୍ୟ ନେଇ ସେ କହିଛନ୍ତି କହୁ କହୁ ସେମିତି କହିଦେଇଥିଲି। ବାସ୍ତବରେ, ମୁଁ କହିବାକୁ ଚାହିଁଥିଲି ସିଏଏ ପାଇଁ ନିୟମକୁ ଅନ୍ତିମ ରୂପ ଦିଆଯିବ। କାର୍ଯ୍ୟାନ୍ୱୟର ବିଷୟ ସେମିତି ମୋ ଫାଟିରୁ ଖସି ଯାଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଟିଏମସି କିମ୍ବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)ର କାର୍ଯ୍ୟକାରିତାକୁ ବନ୍ଦ କରିବାର କୌଣସି ଅଧିକାର ନାହିଁ। ଯେଉଁମାନେ ଆନ୍ଦୋଳନ ଏବଂ ପ୍ରଦର୍ଶନ ମାଧ୍ୟମରେ ଏହାକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୈତିକ କାରଣରୁ ଏହା କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଦେଶର ଏକ ଅଂଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ