ମୋଦି ସରକାର ଲାଲୁଙ୍କ ଉପରେ ମାନବିକତା ଦେଖାଇନାହାନ୍ତି: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇଡି ଶୁକ୍ରବାର ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ମନି ଲଣ୍ଡରିଂ ସମ୍ବନ୍ଧିୟ ଯାଞ୍ଚ ଆଧାରରେ ବିହାରର କିଛି ସ୍ଥାନରେ ଓ ଅନ୍ୟ କିଛି ସ୍ଥାନରେ ଚଢାଉ କରିଥିଲା । ଏହାରି ଭିତରେ ଲାଲୁ ପ୍ରସାଦଙ୍କ ପରିବାର ଓ ଆରଜେଡିର ଅନ୍ୟ ନେତାଙ୍କ ପରିସରରେ ବି ଚଢାଉ କରାଯାଇଥିଲା । ଆରଜେଡି ମୁଖ୍ୟଙ୍କ ୩ ଝିଅଙ୍କ ବିଭିନ୍ନ ପରିସରରେ ବି ଚଢାଉ କରାଯାଇଥିଲା । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମୋଦି ସରକାର ଏଜନ୍ସି ଗୁଡିକର ଦୂରୁପଯୋଗ କରୁଥିବା ଅଭିଯୋଗ ଆଣିଛନ୍ତି ।

ଖଡ଼ଗେ କହିଛନ୍ତି, ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।ସେ ଟୁଇଟ କରି ଲେଖିଛନ୍ତି, ଗତ ୧୪ ଘଣ୍ଟା ହେବ ମୋଦି ଜି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଇଡିକୁ ବସାଇ ରଖିଛନ୍ତି । ତାଙ୍କର ଗର୍ଭବତୀ ପତ୍ନୀ ଓ ଭଉଣୀମାନଙ୍କୁ ହଇରାଣ କରାଯାଉଛି । ଲାଲୁ ପ୍ରସାଦ ଯାବଦ ଜଣେ ବରିଷ୍ଠ, ଅସୁସ୍ଥ ବ୍ୟକ୍ତି, ତଥାପି ମୋଦି ସରକାର ତାଙ୍କ ପ୍ରତି ମାନବିକତା ଦେଖାଇ ନ ଥିଲେ । ଏବେ ପାଣି ମୁଣ୍ଡ ଉପରକୁ ଚାଲିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ