Masthead

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଛନ୍ତି ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି । ପ୍ରିୟଙ୍କା କହିଛନ୍ତି ପରିସଂଖ୍ୟାନ ଅନୁଯାୟୀ ଦେଶରେ ପ୍ରାୟ ୩୦ ଲକ୍ଷ ସରକାରୀ ପଦବୀ ଖାଲି ଅଛି। ଆମର କୋଟି କୋଟି ଯୁବକ ଚାକିରିକୁ ଅପେକ୍ଷା କରିଛନ୍ତି । କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ଏହି ପଦବୀ ପୂରଣ ପାଇଁ କେବଳ କହିବା ବ୍ୟତୀତ ଆଉ କିଛି କରିନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନରେ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦିଅନ୍ତି। ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ବେକାରୀର ଗ୍ୟାରେଣ୍ଟି। ୨୦୨୨ ଜୁଲାଇରେ ସରକାର ସଂସଦକୁ ସୂଚନା ଦେଇଥିଲେ ଯେ ୮ ବର୍ଷରେ ୨୨ କୋଟି ଯୁବକ ଚାକିରି ପାଇଁ ଆବେଦନ କରିଥିଲେ ।

କିନ୍ତୁ କେବଳ ୭ ଲକ୍ଷ ଯୁବକ ଚାକିରି ପାଇଥିଲେ। ଏହାର ଅର୍ଥ ହେଉଛି ପ୍ରାୟ ୨୧.୯୩ କୋଟି ଯୋଗ୍ୟ ଯୁବକ ବେକାର ରହିଛନ୍ତି। ବାର୍ଷିକ ୨ କୋଟି ଚାକିରିର ପ୍ରତିଶୃତି ଦେଇଥିବା ବିଜେପି ସରକାର ଚାକିରି ଯୋଗାଇ ପାରିନାହିଁ କି ନୂଆ ଚାକିରି ସୃଷ୍ଟି କରିପାରି ନାହିଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ