Masthead

ପିଡିଏସ୍ ଚାଉଳର ଚୋରା ଚାଲାଣବେଳେ ଧରିଲା ପୋଲିସ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ସନ୍ଧ୍ୟାରେ ପିଡ଼ିଏସ୍ ଚାଉଳ ଚୋରା ଚାଲାଣ ହେଉଥିଲା । ଚୋରା ଚାଲାଣ ବେଳେ ରୂପସା ପୋଲିସ ଚଢାଉ କରି ଗାଡ଼ିରେ ଥିବା ୩୦ କ୍ବିଣ୍ଟାଲ ଚାଉଲକୁ ଜବତ କରିଥିବା ବେଳେ ଚାଳକ ଜଣକ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛି।ସୂଚନା ଅନୁସାରେ ଓଡ଼ି୧୧ଡ଼ି ୩୯୪୪ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନରେ ପିଡ଼ିଏସ୍ ଚାଉଳ ପଶ୍ଚିମବଙ୍ଗକୁ ଚୋରା ଚାଲଣ ହେଉଥିବା ଖବର ପାଇ ରୂପସା ଥାନା ଅଧିକାରୀ ସଚ୍ଚିଦାନନ୍ଦ ଗିରି ଥାନା ସମ୍ମୁଖରୁ ପିକଅପଟିକୁ କାବୁ କରିଥିଲେ ।

କାବୁ କରିଥିଲା ବେଳେ ଚାଲାଣ ଚାଉଳର ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଚାଳକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଥାନା ଅଧିକାରୀ ପିକଅପ ସମେତ ସେଥିରେ ଭର୍ତ୍ତି ଥିବା ୩୦କ୍ବିଣ୍ଟାଲ ଚାଉଳ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।ଉକ୍ତ ଚାଉଳ ବାଲେଶ୍ୱରର ଦୀପ୍ତିକାନ୍ତ ସାହୁଙ୍କର ବୋଲି ଗାଡ଼ିରେ ଲାଗିଥିବା ବେନରରୁ ଜାଣିବାକୁ ମିଳିଛି। ଖବର ପାଇ ଏସଡ଼ିପିଓ ମାନସ କୁମାର ଦେଓ ରୂପସା ଥାନାରେ ପହଞ୍ଚି ଥାନା ଅଧୀକାରିଙ୍କ ସହଯୋଗରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି