Before Header

ରାବ୍ରି ଦେବୀଙ୍କ ଘରେ ସିବିଆଇ ରେଡ

0 15

ବିହାର (ବଡ଼ ଖବର ବ୍ୟୁରୋ):  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ । ସୋମବାର ରାବ୍ରି ଦେବୀଙ୍କ ଘରେ ସିବିଆଇ ଟିମ ଚଢାଉ କରିଛି। ଜମି ବଦଳରେ ଚାକିରି ମାମଲାରେ ସିବିଆଇ ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଏବଂ ତାଙ୍କ ଝିଅ ମିସା ଭାରତୀ ଅଭିଯୁକ୍ତ ଅଛନ୍ତି। ସେପଟେ ସିବିଆଇ ଟିମ୍‌ ରାବ୍ରି ଦେବୀଙ୍କ ଘରେ ପହଞ୍ଚିବାବେଳେ ସେ ବିଧାନ ପରିଷଦ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏହି ବାସଭବନରେ ଉପମୁଖ୍ୟମନ୍ତ୍ରୀ ତଥା ବିଧାନସଭା ସଦସ୍ୟ ତେଜସ୍ବୀ ଯାଦବ ଏବଂ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଅଛନ୍ତି।

Leave A Reply

Your email address will not be published.