Masthead

ସିବିଆଇ ତଦନ୍ତ କରାଯାଉ: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ପ୍ରେସମିଟ କରିଛି ବିଜେପି । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଉଛି । ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ବଡ଼ବଡ଼ିଆଙ୍କ କଲ ରେକର୍ଡ ଯାଞ୍ଚ କରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୋହନ ମାଝୀ । ସେ କହିଛନ୍ତି, ନବ ଦାସ ହତ୍ୟା ଘଟଣା ନେଇ ଚାର୍ଜସିଟ ଦାଖଲ ହୋଇଛି ହେଲେ ସେଥିରେ କ’ଣ ଅଛି ? ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରିଛି ।

ଷଡ଼ଯନ୍ତ୍ର ଉପରେ କିଛି ଉଲ୍ଲେଖ ନାହିଁ । ୧୧୮ ଦିନରେ ଚତୁରତା ସହ ଚାର୍ଜସିଟ ଦାଖଲ ହୋଇଛି । ୧୨୦ ବି ଦଫା ଲାଗି ନାହିଁ । ବିରୋଧୀ ଦଳ ନେତା ଜୟ ନାରୟଣ ମିଶ୍ର କହିଥିଲେ ଗୋପାଳ ଦାସ ସମେତ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂଙ୍କ ନା ନେଇଥିଲେ । ବରିଷ୍ଠ ଅଧିକାରୀଙ୍କ ମଧ୍ୟ କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରଗଲା । ହେଲେ କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରିନି । ଗୋପାଳ ଦାସ ପାଗଳ ବୋଲି କୁହାଯାଇଥିଲା ।

ପରେ ତଦନ୍ତରେ ପରିବର୍ତ୍ତନ କରାଗଲା । ତେଣୁ ସରକାର ନିଜେ ସଂପୃକ୍ତ ଥିବାରୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ସୁଶାନ୍ତ ଲିଙ୍କ ଥିବାରୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା ନାହିଁ କି ବୋଲି ପ୍ରଶ୍ନ କରିଛି ବିଜେପି । ଗୁଳି କିଏ ମାରିଛି? ଗୋପାଳର ବନ୍ଧୁକରୁ ଗୁଳି ମରାଯାଇଛି ବୋଲି ଚର୍ଜିସିଟରେ ନାହିଁ । ଗୋପଳକୁ ଖସାଇବା ଉଦ୍ୟମ ହେଉଛି । ତେଣୁ ସିବିଆଇ ତଦନ୍ତ ଦରକାର । ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା