Masthead

ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡିଶା ପାଇଁ ଖୁସି ଖବର । ଦେଶର ଆଉ ଏକ ମେଟ୍ରୋ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ଉଡ଼ାଣ ଯୋଜନାରେ ଗୋଟିଏ ପରେ ଦେଶର ଗୋଟିଏ ସହର ସହ ଯୋଡ଼ି ହେଉଛି ଝାରସୁଗୁଡ଼ା । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଝାରସୁଗୁଡ଼ାରୁ ଆସନ୍ତା ୨୮ ତାରିଖରୁ ଚେନ୍ନାଇକୁ ଉଡ଼ିବ ବିମାନ । ସପ୍ତାହର ପ୍ରତିଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି । ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡ଼ାଣରେ ୨ ମାସର ସଫଳତାକୁ ଆଖି ଆଗରେ ରଖି ପୁଣି ଆଉ ଏକ ସେକ୍ଟରକୁ ସେବା ଆରମ୍ଭ କରୁଛି ସ୍ପାଇଟ ଜେଟ୍ ।

ଏନେଇ ସ୍ପାଇସ୍ ଜେଟ୍ ଅନଲାଇନ୍ ଟିକେଟ ବୁକିଂ ଆରମ୍ଭ କରି ସାରିଛି । ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟର ୧୮୯ ସିଟ୍ ବିଶିଷ୍ଟ ବିମାନ ଚେନ୍ନାଇକୁ ଉଡିବ। ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଥିବା ସମର ସିଡ୍ୟୁଲରେ ନୂତନ ଭାବରେ ଝାରସୁଗୁଡାରୁ ସେବା ଆରମ୍ଭକରି ପ୍ରତିଦିନ ଝାରସୁଗୁଡାରୁ ଚେନ୍ନାଇ ମଧ୍ୟରେ ଚଳାଚଳ କରିବ। ସେହିପରି ସପ୍ତାହକୁ ଚାରିଦିନ ଚାଲିଥିବା ଝାରସୁଗୁଡାରୁ ମୁମ୍ବାଇ ବିମାନ ୨୮ ତାରିଖରୁ ପ୍ରତିଦିନ ଚାଲିବ ଏବଂ ଝାରସୁଗୁଡା- ବେଙ୍ଗଲୋର ବିମାନ ସପ୍ତାହକୁ ୬ ଦିନ ଚାଲିବ ବୋଲି କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି।

ଅନ୍ୟପଟେ ଇଣ୍ଡିଗୋ ମଧ୍ୟ ଝାରସୁଗୁଡାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ବିମାନ ସେବା ପ୍ରଦାନ କରିବା ପାଇଁ ଯୋଜନା ରଖିଛି। ଏଥିପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାସହ ବିମାନ ବନ୍ଦର ପରିଦର୍ଶନ କରିସାରିଛନ୍ତି। ତେଣୁ ଝାରସୁଗୁଡାରୁ ଆସନ୍ତା ଜୁନ୍ ମଧ୍ୟରେ ଇଣ୍ଡିଗୋ ମଧ୍ୟ ବିମାନ ସେବା ପ୍ରଦାନ କରିପାରେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା କହିଛନ୍ତି । ଖୁବଶୀଘ୍ର ପୁଣେ, ନାଗପୁର, ଗୌହାଟି, ଅହମ୍ମଦାବାଦ ପରି ସହରକୁ ମଧ୍ୟ ବିମାନ ସୋବା ଆରମ୍ଭ କରିବା ପାଇଁ ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଡାନ ଯୋଜନା ସାଧାରଣ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିଛି ।

ଦେଶର ପ୍ରମୁଖ ସହର ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ୱର, ରାୟପୁର ସମେତ ବ୍ୟାବସାୟିକ ରାଜଧାନୀ ମୁମ୍ବାଇ ଏବଂ ଆଇଟି ହବ ବାଙ୍ଗାଲୋର ସହିତ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନସେବା ଦ୍ୱାରା ଏହା ଅଞ୍ଚଳବାସୀଙ୍କୁ ଅଧିକ ଲାଭ ଦେଉଥିବା ବେଳେ ବର୍ତ୍ତମାନ ଆଉ ଏକ ମେଟ୍ରୋ ସହର ସହିତ ଝାରସୁଗୁଡା ଯୋଡି ହେବା ଦ୍ୱାରା ସମଗ୍ର ପଶ୍ଚିମ ଓଡିଶା ସମେତ ଝାରସୁଗୁଡା ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ଲୋକ ଲାଭବାନ ହେବେ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି